
ସୋରଡ଼ା (ରଜନୀକାନ୍ତ ମହାପାତ୍ର, ଓଡ଼ିଶା ଟୁଡେ) ୨୧/୦୪/୨୪: ଓଡିଶାରେ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାଣିପାଗ ସେତିକି ଉଷ୍ଣ ହେବା ରେ ଲାଗିଛି । ଜାଗା ଜାଗା ରେ ଏବେ ରାଜନୀତି ର ଚର୍ଚ୍ଚା । କିଏ କିପରି ପ୍ରାର୍ଥୀ ଆଉ କାହାକୁ ଭୋଟ ଦେବା ଏ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା । ରାଜନୀତି ଚର୍ଚ୍ଚା ଯେମିତି ଚାରିଆଡେ ରହିଛି ସେହିପରି ଦଳ ଡିଆଁ ପର୍ବ ମଧ୍ୟ ଚାଲିଛି । ଯାହାକୁ ଯେମିତି ସୁବିଧା ସେମିତି ବ୍ୟବସ୍ଥାରେ ଦଳ ପରିବର୍ତ୍ତନ କରାଯାଉଛି । ଆଜି ଯିଏ ବିରୋଧୀ ଦଳକୁ ଗାଳି ଦେଉଥିଲେ ସିଏ ଏବେ ସେହି ଦଳ ରେ । ଏପରି ଦଳ ଡିଆଁ ପର୍ବ କୁ ନେଇ ମଧ୍ୟ ଆଲୋଚନା ଜୋର । ଏପରି ଏକ ପରିବେଶ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀ ର ବେଲଗୁଣ୍ଠା ଏନଏସି ରେ । ଭାରତୀୟ ଜନତା ପାର୍ଟି ତରଫରୁ ସୋରଡା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ନୀଳମଣି ବିଶୋୟୀ ଙ୍କ ନେତୃତ୍ଵ ରେ ଏକ ମିଶ୍ରଣ ପର୍ବ ର ଆୟୋଜନ କରଯାଇଥିଲା । ଏହି ମିଶ୍ରଣ ପର୍ବ ରେ ଶତାଧିକ ବିଜେଡି କର୍ମୀ ଦଳ ଛାଡି ବିଜେପି ରେ ଯୋଗଦେଇଥିଲେ । ବେଲଗୁଣ୍ଠା ଏନଏସି ର ଅଧକ୍ଷ୍ୟା ନିଜ ର ବହୁ ସମର୍ଥକଙ୍କୁ ଏକ ଶୋଭାଯାତ୍ରା ରେ ନେଇ ଆସି ବିଜେପି ରେ ଯୋଗ ଦେଇଥିଲେ । ସୋରଡା ଏନଏସି ର ୦୫ ନମ୍ବର ୱାର୍ଡ ର କାଉନ୍ସିଲର ସୁଷମା ବେହେରା ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିଲେ । ବେଲଗୁଣ୍ଠା ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଦଳ ଦଳ କର୍ମୀ ଆସି ବିଜେପି ରେ ଯୋଗଦେଇଥିଲେ । କିଛି ପୂର୍ବତନ କାଉନ୍ସିଲର, ପୂର୍ବତନ ସରପଞ୍ଚ ସମେତ ବହୁ ସମର୍ଥିତ ଆସି ଏହି ମିଶ୍ରଣ ପର୍ବ ରେ ବିଜେପି ରେ ଯୋଗ ଦେଇଥିଲେ । ନୂତନ ଭାବେ ଦଳରେ ଯୋଗ ଦେଇଥିବା କର୍ମୀ ମାନଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା । ମିଶ୍ରଣ ପର୍ବ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ, ସୋରଡା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ନୀଳମଣି ବିଶୋୟୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ମିଶ୍ରଣ ପର୍ବ ବିଜେପି ପାଇଁ ଲାଭ ଦାୟକ ବୋଲି ରାଜନୀତି ମହଲ ରେ ଚର୍ଚ୍ଚା ଜୋର ଧରିଛି ।