ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଓ ଅନବସର ନୀତି ପ୍ରସ୍ତୁତି, ୬ ଘଣ୍ଟା ଦର୍ଶନ ବନ୍ଦ

ପୁରୀ (ଓଡ଼ିଶା ଟୁଡେ): ଆଜି ବୈଶାଖ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଶ୍ରୀଜିଉଙ୍କର ହେବ ବନକଲାଗି ନୀତି । ଏହାଛଡା ଅନବସର ପିଣ୍ଡିରେ ଶ୍ରୀଜିଉଙ୍କର ଆଗାମୀ ଅନବସର ନୀତି ପାଇଁ ପ୍ରସ୍ତୁତି କରାଯିବ । ଗୁପ୍ତ ନୀତି ହୋଇଥିବାରୁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କର ସାଧାରଣ ଦର୍ଶନ ବନ୍ଦ ରହିବ।

ମହାପ୍ରଭୁଙ୍କର ଦ୍ଵିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଭିତରୁ ଜୟ ବିଜୟ ଦ୍ଵାର ବନ୍ଦ କରାଯିବ। ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀମୁଖ ସିଂହାର ପାଇଁ ବିଭିନ୍ନ ପ୍ରାକୃତିକ ରଙ୍ଗ ସହ ଦତ୍ତ ମହାପାତ୍ର ସେବକ ଭିତରେ ପ୍ରବେଶ କରିବେ। ଅନ୍ୟ ସେବକଙ୍କ ଦ୍ଵାରା ଅନବସର ପ୍ରସ୍ତୁତି କରାଯିବ। ଏହି ସମୟରେ କୌଣସି ଭକ୍ତଙ୍କୁ ଭିତରକୁ ଛଡାଯିବନାହିଁ। ବନକଲାଗି ସରିବା ପରେ ଦାରୁବ୍ରହ୍ମଙ୍କୁ ମହାସ୍ନାନ, ବେଶ, ସନ୍ଧ୍ୟା ଆଳତୀ , ସନ୍ଧ୍ୟାଧୂପ, ଚନ୍ଦନ ଲାଗି, ବଡ ସିଂହାର ବେଶ , ବଡ ସିଂହାର ଭୋଗ ଏବଂ ରାତ୍ର ପହୁଡ କରାଯିବ।

Leave a Reply

Your email address will not be published. Required fields are marked *