
ବେଲଗୁଣ୍ଠା (ବିନାୟକ ଗୌଡ, ଓଡିଶା ଟୁଡେ): ସୋରଡା ବିଧାନସଭା ଆସନରୁ ବିଜେପିରୁ ନୀଳମଣି ବିଶୋଇ ୨୮୨୨୪ ଭୋଟ୍ ରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ସଂଘମିତ୍ରା ସ୍ବାଇଁଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ୨୦୦୪ ମସିହାରେ ଏହି ଆସନରେ ଶେଷ ଥର ପାଇଁ ବିଜେପି ଜିତିଥିଲା ସେତେବେଳେ କିଶୋର ଚନ୍ଦ୍ର ସିଂ ଦେଓ ଏହି ଆସନରୁ ଜିତିଥିଲେ ୨୦୦୯ ମସିହା ଠାରୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ବିଜେଡିରୁ ଏହି ଆସନରୁ ୩ ଥର ନିର୍ବାଚିତ ହୋଇଛନ୍ତି ୨୦୨୪ ନିର୍ବାଚନରେ ତାଙ୍କ ପତ୍ନୀ ସଂଘମିତ୍ରା ସ୍ବାଇଁ ଏଠାରୁ ପ୍ରତିଦ୍ବନ୍ଦିତା କରୁଥିଲେ ମଧ୍ୟ ପରାଜିତ ହୋଇଛନ୍ତି ଦୀର୍ଘ ୭୦ ବର୍ଷ ପରେ ବେଲଗୁଣ୍ଠା ବ୍ଲକ୍ ରୁ ଜନ ପ୍ରତିନିଧି ବିଧାନସଭାକୁ ଯିବାକୁ ସୁଯୋଗ ମିଳିଛି ଏହା ପୂର୍ବରୁ ବେଲଗୁଣ୍ଠା ବ୍ଲକ୍ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଥିବା ସମୟରେ ନାଟଙ୍ଗା ପଞ୍ଚାୟତ ରତନପୁର ଗ୍ରାମରୁ ଦୀନବନ୍ଧୁ ବେହେରା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ୧୯୬୭ ମସିହାରେ ନିର୍ବାଚିତ ହୋଇଥିଲେ ୨୦୦୯ ମସିହାରେ ସୋରଡା ବିଧାନସଭା ଆସନ ପୁନର୍ଗଠିତ ହେବା ପରେ ବେଲଗୁଣ୍ଠା ବ୍ଲକ୍ ସୋରଡା ନିର୍ବାଚନ ମଣ୍ଡଳୀ ଅଧୀନକୁ ଚାଲିଯାଇଥିଲା ୨୦୧୯ ମସିହାରେ ମଧ୍ୟ ବିଜେପି ଶ୍ରୀ ବିଶୋଇଙ୍କୁ ସୋରଡାରୁ ଟିକେଟ୍ ଦେଇଥିଲା, ୧୩,୯୯୬ ଭୋଟ୍ ରେ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ଠାରୁ ପରାଜୟ ବରଣ କରିଥିଲେ ସେ ନୀଳମଣି ବିଜୟୀ ହେବା ପରେ କର୍ମୀ ଏବଂ ସମର୍ଥକ ମହଲରେ ଉତ୍ସାହ ଖେଳି ଯାଇଛି