
ଭଞ୍ଜନଗର (ଓଡ଼ିଶା ଟୁଡେ): ଭଞ୍ଜନଗର ବାଉଁଶଲୁଣ୍ଡି ଯୁବକ ସଂଘ ପକ୍ଷରୁ ଆୟୋଜିତ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅଂଶଗ୍ରହଣ କରି ଚାରା ରୋପଣ କରିଛନ୍ତି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ କେନ୍ଦୁଝର ସାଂସଦ ଅନନ୍ତ ନାୟକ ।
ଦିନକୁ ଦିନ ପରିବେଶରେ ଅବକ୍ଷୟ ଘଟିବାରେ ଲାଗିଛି। ଗ୍ଲୋବାଲ ୱର୍ମିଂ ଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନରେ ଅନିୟମିତତା ଦେଖା ଦେଉଛି। ଏ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ବ୍ୟାପକ ଚାରା ରୋପଣ କରାଯାଉଛି ।
ଆଜି ବାଉଁଶଲୁଣ୍ଡି ଶ୍ମଶାନ ଘାଟ ଠାରେ ଅତିଥି ମାନଙ୍କ ଦ୍ଵାରା ୧୦୦ ଚାରା ରୋପଣ କରାଯାଇଛି। ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବା ଆବଶ୍ୟକ ବୋଲି ଉଭୟ ଅତିଥି ଯୁବ ବର୍ଗଙ୍କୁ ପରାମର୍ଶ ଦେଇଛନ୍ତି ।
ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ମହାନ୍ତି, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ, ସରପଞ୍ଚ ଉଦ୍ଧବ ମିଶ୍ର ପ୍ରମୁଖ ବୃକ୍ଷ ରୋପଣ ପାଇଁ ସଚେତନତା ସୃଷ୍ଟି କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ ତିଆଡି, ଅଯୋଧ୍ୟା ନାଥ ମହାପାତ୍ର, ନୀଳ ମାଧବ ପାତ୍ର, ମାନସ ମହାନ୍ତି, ରବୀନ୍ଦ୍ର ଗୌଡ଼, ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।