
ଭୁବନେଶ୍ବର (ଓଡ଼ିଶା ଟୁଡେ): ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ୱର୍ଣ୍ଣ ପଦକ । ଅନ୍ତର୍ଜାତୀୟ ସ୍ତରୀୟ ବାଲୁକା କଳା ଚାମ୍ପିଅନସିପରେ ପାଇଲେ ସ୍ବର୍ଣ୍ଣ ପଦକ । ରୁଷର ସେଣ୍ଟ ପିଟର୍ସବର୍ଗରେ ଏହି ଇଣ୍ଟରନ୍ୟାସନାଲ ସ୍ୟାଣ୍ଡ ସ୍କଲ୍ପଚର ଚାମ୍ପିଅନସିପ ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭକ୍ତ ବଳରାମ ଦାସଙ୍କ ଉପରେ ଆଧାରିତ ବାଳୁକା କଳା ନିର୍ମାଣ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି ସୁଦର୍ଶନ। ସଫଳତା ପରେ ରୁଷରେ ଅବସ୍ଥାପିତ ଭାରତୀୟ ଦୂତାବାସ ସମେତ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଛାର ସୁଅ । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସୁଦର୍ଶନଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ବାର୍ତ୍ତା ।