ମନୀଷ ସିସୋଡିଆଙ୍କୁ ବଡ଼ ଆଶ୍ବସ୍ତି, ୧୭ ମାସ ପରେ ମିଳିଲା ଜାମିନ

ନୂଆଦିଲ୍ଲୀ (ଏ ଜେନ୍ସି): ଆମ୍ ଆଦମୀ ପାର୍ଟି(ଏଏପି) ନେତା ମନୀଷ ସିସୋଡିଆଙ୍କୁ ଦୀର୍ଘ ଦିନ ପରେ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ୧୭ ମାସ ଜେଲରେ ରହିବା ପରେ ଜାମିନ ମିଳିଛି। ଏହି ମାମଲାରେ ବିଚାରପତି ବି.ଆର ଗାଭାଇ ଏବଂ କେ.ବି ବିଶ୍ୱନାଥଙ୍କ ଖଣ୍ଡପୀଠ ତିନିଦିନ ପୂର୍ବରୁ ରେ ସଂରକ୍ଷିତ ରଖିଥିଲେ। ମନୀଷ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ମନୀଷଙ୍କ ଜାମିନ ଖାରଜ କରିଦେଇଥିଲେ ।

ମନୀଷଙ୍କୁ ଜାମିନ ଦେଇ ସୁପ୍ରିମକୋର୍ଟ କହିଛନ୍ତି, ” ଜାମିନ ମାମଲାରେ ହାଇକୋର୍ଟ ଏବଂ ଟ୍ରାଏଲ କୋର୍ଟ ସୁରକ୍ଷିତ ଖେଳ ଖେଳୁଛନ୍ତି। ଏପରି ମାମଲାରେ ଜାମିନ ଦେବାକୁ ମନ କରାଯାଇ ପାରିବ ନାହିଁ। ଏବେ ସମୟ ଆସି ଯାଇଛି କି ଅଦାଲତମାନଙ୍କୁ ବୁଝିବାକୁ ହେବ କି ଜାମିନର ଏକ ନିୟମ ଅଛି ଏବଂ ଜେଲ ଏକ ଅପବାଦ ଅଟେ ।”

ଅତିରିକ୍ତ ସଲିସିଟର ଜେନେରାଲ ଏସବି ରାଜୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ କି ମନୀଷ ସିସୋଡିଆଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରବେଶ ଉପରେ ରୋକ ଲଗାଇବାକୁ କହିଥିଲେ। କିନ୍ତୁ ଖଣ୍ଡପୀଠ କହିଥିଲେ ଆମେ ଏହାର ଅନୁମତି ଦେଇପାରିବୁ ନାହିଁ। ସ୍ୱତନ୍ତ୍ରତା ମାମଲାରେ ପ୍ରତ୍ୟେକ ଦିନ ମୂଲ୍ୟବାନ ଅଟେ ।

ତେବେ ସୁପ୍ରିମକୋର୍ଟ ସିସୋଡିଆଙ୍କୁ ତିନୋଟି ସର୍ତ୍ତରେ ଜାମିନ ଦେଇଛନ୍ତି। ପ୍ରଥମ ତାଙ୍କୁ ୧୦ ଲକ୍ଷ ଟଙ୍କା ମୁଚାଲିକା ଦାଖଲ କରିବାକୁ ହେବ। ଏହାବ୍ୟତୀତ ତାଙ୍କୁ ଦୁଇଜଣ ଜାମିନଦାର ଉପସ୍ଥିତ କରିବାକୁ ହେବ। ସେହିପରି ତୃତୀୟ ସର୍ତ୍ତ ହେଉଛି କି ସେ ତାଙ୍କର ପାସପୋର୍ଟକୁ କୋର୍ଟଙ୍କ ପାଖରେ ଦାଖଲ କରିବେ ।

Leave a Reply

Your email address will not be published. Required fields are marked *