
ରାୟଗଡ଼ା (ଓଡ଼ିଶା ଟୁଡେ) : ରାୟଗଡ଼ାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହରକୁ ପ୍ରବେଶ କରୁଥିବା ୪ ଦିଗରେ ବିକ୍ଷୋଭକାରୀମାନେ ଜଗିରହି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଯାହାଦ୍ୱାରା ଅନେକ ଯାନବାହାନ ଅଟକିରହିଥିବା ବେଳେ ରାୟଗଡ଼ା ସହର ଖାଁଖାଁ ହୋଇଯାଇଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କର ସାତ ଜଣିଆ ଖଣ୍ଡପୀଠ କୋଟା ଭିତରେ କୋଟା ଓ କ୍ରିମିଲୟର ବା ସବ୍ କେଟଗରିସେସନ୍ ଏଣ୍ଡ କ୍ରିମିଲୟର୍ ଇନ୍ ଏସଟି ଏସସି ରିଜରଭେସନ୍ ରାୟ ବିରୋଧରେ ଆଜି ସର୍ବ ଭାରତୀୟ ସ୍ତରରେ ଭାରତ ବନ୍ଦ କରାଯାଉଥିବା ବେଳେ ରାୟଗଡ଼ାରେ ମଧ୍ୟ ବନ୍ଦ ପାଳନ ହୋଇଛ ।