
ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶର ଗୋଟାଏ ଦିନ ପରେ ସିଏସ୍ଏଫ୍ କର୍ମକର୍ତ୍ତାଙ୍କ ଏକ ଟିମ୍ ବୁଧବାର ଦିନ କୋଲକାତାର ଆରଜି କାର୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ପହଞ୍ଚିଛନ୍ତି। ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ପରେ ଡାକ୍ତରମାନେ ଧର୍ମଘଟ କରିବା ନେଇ ସୁପ୍ରିମକୋର୍ଟ ଦୁଷ୍କର୍ମ ଓ ହତ୍ୟା ଘଟିଥିବା ସ୍ଥାନରେ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।