ଇଡି-ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ ନେଇ ବିଧାନସଭା ଅଚଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଗୁରୁବାର ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଜାରି ରହିଛି। ଫଳରେ ବିଧାନସଭା ଅଚଳ ହୋଇପଡ଼ିଛି। ପୂର୍ବାହ୍ନରେ ଗଞ୍ଜାମର ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ସଦସ୍ୟମାନେ ହଙ୍ଗାମା ଆରମ୍ଭ କରିଥିବାବେଳେ ଇଡି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ।

ଉଭୟ ଦଳ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋ-ହଲ୍ଲା କରିଥିଲେ। ଗୃହର ସାଧାରଣ କାର୍ଯ୍ୟ ସମ୍ଭବ ନ ହେବାରୁ ବାଚସ୍ପତି ସୁରମା ପାଢ଼ୀ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

ଦ୍ବିତୀୟ ଥର ପାଇଁ ପୁଣି ଗୃହର ସାଧାରଣ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ପୁଣି ଇଡି-ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ ନେଇ ବିଧାନସଭାରେ ହଙ୍ଗାମା କରିଥିଲେ। ଚିକିଟିରେ ମଦମତ୍ୟୁକୁ ନେଇ ଗୃହ ସରଗରମ ହୋଇଥିଲା । ଏହି ପ୍ରସଙ୍ଗକୁ କେନ୍ଦ୍ର କରି  ବିରୋଧୀ ଦଳ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *