ସକାଳୁ ସକାଳୁ ପ୍ରବଳ ବର୍ଷାରେ ବେହାଲ ରାଜଧାନୀ: ଇସ୍କନ ମନ୍ଦିର ସମ୍ମୁଖରେ ବନ୍ୟା

ଭୁବନେଶ୍ବର: ଗୁରୁବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବର ବେହାଲ ହୋଇଛି। ଭୁବନେଶ୍ୱର ଇସ୍କନ ମନ୍ଦିର ସମ୍ମୁଖରେ ବର୍ଷା ଯୋଗୁ ବନ୍ୟା ସ୍ଥିତି ଉପୁଜିଥିଲା। ପ୍ରବ, ବର୍ଷା ଜଳ ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। କିଛି ସମୟର ବର୍ଷା ଯୋଗୁ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ରାସ୍ତା ଉପରେ ପାଣି ଜମି ରହିବା ଯୋଗୁ ଗୋଟିଏ ଅଟୋ ଓ କାରରେ ଯାଉଥିବା ଏକ ପରିବାର ପାଣି ଭିତରେ ରହି ଯାଇଥିଲେ । ବର୍ଷା ପାଣିରେ କାର୍ ବୁଡି ଯିବା ଯୋଗୁ କାରା ଷ୍ଟାର୍ଟ ମଧ୍ୟ ବନ୍ଦ ହୋଇଯାଇଥିଲା । ଫଳରେ ପାଣି ଭିତରେ କିଛି ଏହା ସମୟ ଫସି ରହି ଯାଇଥିଲା ।

କିଛି ସ୍ଥାନୀୟ ଯୁବକ ଗାଡିକୁ ଠେଲି ଠେଲି ରାସ୍ତା କଡ଼କୁ ନେଇଥିଲେ। ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଅସୁବିଧାରେ ପଡ଼ିଥିଲେ। ସବୁବେଳେ ଅସରାଏ ବର୍ଷାରେ ଇସ୍କନ ଆଗରେ ପାଣି ଜମିବା ଏକ ସାଧାରଣ ଘଟଣା ପାଲଟିଛି। ସଠିକ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ଏଭଳି ହେଉଥିଲେ ମଧ୍ୟ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ ।

Leave a Reply

Your email address will not be published. Required fields are marked *