ଲକ୍ଷ୍ମୀ ଏସି ବସ୍‌‌ ହଟାଇବା ଦାବିରେ ଘରୋଇ ବସ ମାଲିକ ସଂଘର ଧର୍ମଘଟ, ଯାତ୍ରୀ ହନ୍ତସନ୍ତ

ମାଲକାନଗିରି: ମାଲକାନଗିରି ଜିଲାରେ ଲଷ୍ମୀ ଏସି ବସ ଚଲାଚଳକୁ ବିରୋଧ କରି ଜିଲା ଘରୋଇ ବସ ମାଲିକ ସଂଘ ଆଜି ଆର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲାରେ ସମସ୍ତ ଘରୋଇ ବସ ଚଲାଚଳକୁ ବନ୍ଦ କରି ଧର୍ମଘଟ କରିଛନ୍ତି। ଘରୋଇ ବସ ମାଲିକ ସଂଘ ସଭାପତି ରାଜଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ମାଲକାନଗିରି ସ୍ଥିତ ବସଷ୍ଟାଣ୍ଡରେ ସଂଘ ର ସଦସ୍ୟ ଏକତ୍ରିତ ହୋଇ ଧର୍ମଘଟରେ ସାମିଲ ହୋଇଥିଲେ। ଫଳରେ ଜୟପୁର, କୋରାପୁଟ, ନବରଙ୍ଗପୁର, ଉମରକୋଟ, ହାଇଦ୍ରାବାଦ ଯିବା ସମସ୍ତ ବସ ଗୁଡ଼ିକ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସରକାରଙ୍କ ଦ୍ବାରା ଲକ୍ଷ୍ମୀ ବସ୍ ଯୋଜନାର ଶ୍ରେଣୀ-୧ ର ପଞ୍ଚାୟତ ଠାରୁ ବ୍ଲକକୁ ଯାତ୍ରୀଙ୍କ ସୁବିଧା ପାଇଁ ଚଲାଚଳ କରୁଥିବା ବସକୁ ସ୍ବାଗତ କରାଯାଉଛି ହେଲେ ଶ୍ରେଣୀ-୨ ବ୍ଲକ ହେର୍ଡ କ୍ବାଟର ଠାରୁ ମାଲକାନଗିରି ଜିଲା ହେର୍ଡ କ୍ବାଟରକୁ ଚଳା ଚଳ କରୁଥିବା ଲଷ୍ମୀ ଏସି ବସକୁ ବିରୋଧ କରାଯାଉଛି ।

ଏହାକୁ ନେଇ ଗତ କିଛିମାସ ତଳେ ଜିଲା ତଥା ରାଜ୍ୟର ସମସ୍ତ ସଂଘ ଏବଂ ରାଜ୍ୟ ଫେଡେରେସନ ପ୍ରତିବାଦ ସ୍ବରୂପ ସାରା ରାଜ୍ୟରେ ବସ ଚଳାଚଳ ବନ୍ଦ କରି ଧର୍ମଘଟ କରିଥିଲେ। ଇତିମଧ୍ୟରେ ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ମଧ୍ୟ ଜଣାଇଥିଲେ। ଦାବିକୁ ଅତିଶୀଘ୍ର ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଗତ ୨୧ ତାରିଖରୁ ଏସି ବସ ପୁଣି ଚଳାଚଳ କରୁଥିବାରୁ ଘରୋଓ ବସ ମାଲିକ ସଂଘ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜିଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ସମଗ୍ର ମାଲକାନଗିରି ଜିଲା ଓ ରାତ୍ର ଦୂର ଗାମୀ ବସ ଗୁଡିକ ଚଳାଚଳ ବନ୍ଦ କରାଯାଇ ଧର୍ମଘଟ କରିବା ପାଇଁ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

Leave a Reply

Your email address will not be published. Required fields are marked *