ମହାନଦୀ ଘାଟରେ ଘଡିଆଳ କୁମ୍ଭୀର

ହରଭଙ୍ଗା :ବୌଦ୍ଧ ବନଖଣ୍ଡ ଅଧିନସ୍ଥ କରଡ଼ି ମହାନଦୀ ଘାଟରେ ଏକ ଘଡିଆଳ କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଅନ୍ୟପଟେ କୁମ୍ଭୀରର ସୁରକ୍ଷା ଦୃଷ୍ଟି କୋଣରୁ ଏହାର ଗତିବିଧି ଅନୁଧ୍ୟାନ ପାଇଁ ବୌଦ୍ଧ ରେଞ୍ଜ ଅଫିସର ଅର୍ଚନା ଗମାଙ୍ଗ, ବନପାଳ ଲିଙ୍ଗରାଜ ମାଝୀ, ବନରକ୍ଷୀ ସନ୍ଧ୍ୟା ରାଣୀ ପ୍ରଧାନ ଘଟଣା ସ୍ଥଳରେ ପହଁଚି ଏହା ଉପରେ ନଜର ରଖିଛନ୍ତି। କୁମ୍ଭୀରର ସୁରକ୍ଷା ଦୃଷ୍ଟି କୋଣରୁ ମତ୍ସ୍ୟଜୀବୀମାନଙ୍କୁ ଏହି ଅଞ୍ଚଳରେ ମାଛମରାକୁ ମଧ୍ୟ ବାରଣ କରାଯାଇଛି ।

ପ୍ରକାଶ ଥାଉ କି ପ୍ରତିବର୍ଷ ସତକୋଶିଆ ଗଣ୍ଡ ଅଭ୍ୟାରଣ୍ୟର ସୁନାଖଣିଆ ପ୍ରାକୃତିକ ଆବାସସ୍ଥଳୀରୁ ଏକ ଅଣ୍ଡିରା ଘଡିଆଳ କୁମ୍ଭୀର ବର୍ଷା ଦିନେ ପାଖାପାଖି ୩୦/୪୦ କିଲୋମିଟର ଉପରକୁ ଉଠି ଆସି କରଡ଼ି, ମଙ୍ଗଳପୁର, ହାଟଗାଁ, ମରଜାକୁଦ ମହାନଦୀ ଘାଟରେ ଚଳପ୍ରଚଳ କରିଥାଏ। ଏହା ଘଡିଆଳ ପ୍ରଜାତିର କୁମ୍ଭୀର ଯାହାକି ଦେଶୀ ଭାଷାରେ ଥଣ୍ଟିଆ କୁମ୍ଭୀର ହୋଇଥିବାରୁ ଏହା ମଣିଷ ମାନଙ୍କ କୌଣସି କ୍ଷତି ଘଟାଇନଥାଏ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *