ଅଯୋଧ୍ୟାରେ ଲଜ୍ଜା: ୪ବର୍ଷର ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତକୁ ଗୁଳି ମାରିଲା ପୁଲିସ

ଅଯୋଧ୍ୟା : ଉତ୍ତରପ୍ରଦେଶର ଅଯୋଧ୍ୟାରେ ଲଜ୍ଜା। ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଜନପଦ ନିକଟ ଥାନା ମହାରାଜଙ୍ଗଜ କୁମ୍ଭିଆ ଗାଁରେ ୪ବର୍ଷର ନାବାଳିକାକୁ ପଡୋଶୀ ଘରର ଜଣେ ଯୁବକ ଦୁଷ୍କର୍ମ କରିଥିବା ଜଣାପଡିଛି। ଅଭିଯୁକ୍ତକୁ ୩୫ବର୍ଷ ହେବ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ଜଣଙ୍କ ଘଟଣା ପରେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଗୁଳି ମାରିଥିବା ଜଣାପଡିଛି। ପରେ ଯୁବକକୁ କାବୁ କରିଥିଲା ପୁଲିସ। ପୀଡିତା ନାବାଳିକାକୁ ଚିକିତ୍ସା ପାଇଁ ମେଡିକାଲରେ କରାଯାଇଛି ।

Leave a Reply

Your email address will not be published. Required fields are marked *