ସିଏଚଏସଇର ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିଏଚଏସଇର ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ  ପକ୍ଷରୁ ଚଢ଼ଉ ଚାଲିଛି। ସୂଚନା ଅନୁଯାୟୀ, ଭୁବନେଶ୍ବରରେ ୨ଟି ଓ ଜଗତସିଂହପୁରର କେଉପଡ଼ା ପୈତୃକ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ତାଙ୍କର ରାଜଧାନୀର କାନବିହାର ଚାରିମହଲା ଘରେ ଓ ଅଫିସରେ ଭିଜିଲନ୍ସ ଟିମ୍ ଚଢ଼ଉ କରୁଛି। ତେବେ ଏନେଇଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି । 

ଚାକିରୀ ଆଉ ୪ ଦିନ ଥିଲା ହେଲେ ଭିଜିଲାନ୍ସ ଜାଲରେ ପଡିଗଲେ ସରକାରୀ ବାବୁ। ସିଏଚଏସଇ ଭୁବନେଶ୍ୱରର ରେକର୍ଡ ସପ୍ଲାୟର ପୁରେନ୍ଦ୍ର କୁମାର ସେଠିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଜାରି। ମିଳିଥିବା ସୂଚନା ଅନୁସାରେ ସାର୍ଟିଫିକେଟ ହେରଫେର କରିବା, ମାର୍କ ବଢ଼ାଇବା ଭଳି କାମରେ ଟଙ୍କା ରୋଜଗାର କରୁଥିବା ଭିଜିଲାନ୍ସ ପାଖରେ ଅଭିଯୋଗ ଥିଲା। ଘରୁ ବହୁ ଜରୁରୀ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *