ଭବାନୀପାଟଣା ମ୍ୟୁନିସିପାଲିଟି ଛକରେ ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

ଭବାନୀପାଟଣା: ଆଜି ସକାଳୁ ସକାଳୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମ୍ୟୁନିସିପାଲିଟି ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ ଚକ ତଳେ ଚାପି ହୋଇ ଜଣେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଚାରବାହାଲ ଗାଁର  ସୁନିଲ ପଣ୍ଡା ବୋଲି ଜଣା ପଡ଼ିଥିବା ବେଳ‌େ  ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ସ୍ଥାନୀୟ ଟାଉନ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି। ସହର ମଧ୍ୟରେ ଭାରୀଯାନ ଚଳାଚଳ ଉପରେ କଟକଣା ରହିଥିଲେ ହେଁ ସହର ଭିତରକୁ ଭାରୀଯାନ ପ୍ରବେଶ ବନ୍ଦ ହୋଇପାରିନାହିଁ। ଏହାକୁ ନେଇ ଜନ ଅସନ୍ତୋଷ ବଢ଼ୁଥିବାବେଳେ ପୂର୍ବରୁ ଲୋକେ ରାସ୍ତାରୋକ ମଧ୍ୟ କରିଥିଲେ କିନ୍ତୁ ପରିସ୍ଥିତିରେ ସୁଧାର ଆସିନାହିଁ। ଯାହାଫଳରେ ସହରରେ ଭାରୀଯାନ ଯୋଗୁଁ ଦୁର୍ଘଟଣା ଘଟି ବିଭିନ୍ନ ସମୟରେ ଧନ ଜୀବନ ହାନୀ ହେଉଛି ।

Leave a Reply

Your email address will not be published. Required fields are marked *