ନନ୍ଦନକାନନରେ ୪ ସିଂହ ଶାବକ ଜନ୍ମ: ସଂଖ୍ୟା ୨୫କୁ ବୃଦ୍ଧି

ଭୁବନେଶ୍ବର: ନନ୍ଦନକାନନରେ ମୋଟ ୧୪ଟି ଏସିୟ ସିଂହଙ୍କ ମଧ୍ୟରେ ୯ ଟି ଅଣ୍ତିରା , ୫ଟି ମାଈ  ଓ ହାଇବ୍ରିଡ ୭ଟି ସିଂହ ମଧ୍ୟରେ ୪ ଅଣ୍ଡିରା ୩ ମାଈଙ୍କୁ ମିଶାଇ  ସର୍ବମୋଟ ୨୧ଟି ସିଂହ ଥିଲେ ।  

ଏଥିସହିତ ସିଂହୀ ବିଜିଲି ଏବଂ ସିଂହ ରାଜେଶର ମିଳନରୁ  ବିଜିଲି ୪ ଶାବକ ଜନ୍ମ ଦେବା ଫଳରେ ଏସୀୟ ସିଂହଙ୍କ ସଂଖ୍ୟା ମଧ୍ୟ ୧୮କୁ ବୃଦ୍ଧି ପାଇଛି । 

ଏହା ସହିତ ନନ୍ଦନକାନନର ମୋଟ ସିଂହ ସଂଖ୍ୟ ୨୫କୁ ବୃଦ୍ଧି ହୋଇଛି। ଏନେଇ ପ୍ରାଣୀ ଉଦ୍ୟାନରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *