
ଭଞ୍ଜନଗର : ମଞ୍ଚର ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରି ମଞ୍ଚର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ. ମୁଖ୍ୟତଃ ମଞ୍ଚର ସ୍ଥାୟୀ କାର୍ଯ୍ୟାଳୟ ପାଇଁ ସହରର ମଧ୍ୟ ସ୍ଥଳରେ ଏକ ସରକାରୀ ଜାଗା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ. ଜାଗା ଲିଜ ରେ ଯୋଗାଇଦେବାପାଇଁ ନିର୍ଦ୍ଧାରିତ ଫର୍ମରେ ଆବଶ୍ୟକ ଫିଜ ଦେଇ ଦରଖାସ୍ତ କରାଯାଇଥିଲେ ମଧ୍ୟ 1919ସାଲ ଠାରୁ ତାହା ପଡ଼ିରହିଛି ତାକୁ ତ୍ୱରାନ୍ୱିତ କରିବା ଆଲୋଚନା ହୋଇଥିଲା ସ୍ଥାୟୀ କାର୍ଯ୍ୟାଳୟ ହେବା ସମୟ ସାପେକ୍ଷ ହେଉ ଥିବାରୁ ସେ ଅନ୍ୟ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଉପଜିଲ୍ଲାପାଳଙ୍କ ସହ ବିଚାର ବିମର୍ଷ କରିବେ ବୋଲି ଆଶାଶ୍ୱନା ପ୍ରଦାନ କରିଛନ୍ତି. ଏହି ପ୍ରତିନିଧି ଦଳରେ ସର୍ବଶ୍ରୀ ଶିବରାମ ପଣ୍ଡା, ଉପସଭାପତି ସନ୍ତୋଷ କୁମାର ତିଆଡ଼ି, ସମ୍ପାଦକ ଆଚାର୍ଯ୍ୟ ରବିନାରାୟଣ ସାମନ୍ତ, ପଣ୍ଡିତ ବିପ୍ରଚରଣ ସାହୁ,ଗୋବିନ୍ଦ ଚନ୍ଦ୍ର ଲେଙ୍କା, ବନମାଳୀ ଲେଙ୍କା ଓ ଭାସ୍କର ପ୍ରଧାନ ସାମିଲ ଥିବା ଜଣାପଡିଛି