
ଭଞ୍ଜନଗର : ଆଜି ସ୍ଥାନୀୟ ଉତ୍ତର ବନମଣ୍ଡଳ ଡାକ ବଙ୍ଗଳା ପରିସରରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ର ସେପ୍ଟେମ୍ବର ମାସ ବୈଠକ ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି. ସଭା ଆରମ୍ଭରେ ଉପସଭାପତି ବାଳକୃଷ୍ଣ ବେହେରାଙ୍କ ଧର୍ମପତ୍ନୀ ଙ୍କ ବିୟୋଗରେ ଦୁଇ ମିନଟ ନୀରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା. ସମ୍ପାଦକ ଆଚାର୍ଯ୍ୟ ରବିନାରାୟଣ ସାମନ୍ତ ଗତମାସ ବୈଠକ ର ବିବରଣୀ ପାଠ କରି ଗୃହୀତ କରାଇ ନେଇଥିଲେ. ସଭାପତି ଘୁମୁସର ଜିଲ୍ଲା ଦାବୀ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ଙ୍କ ଉଦେଶ୍ୟ ରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକଙ୍କ ଜାରିଆରେ ପଠା ଯାଉଥିବା ସ୍ମାରକ ପତ୍ର ପାଠକରି ମଞ୍ଚ ରେ ଗୃହୀତ କରାଇନେଇଥିଲେ ଯାହା ବିଧାୟକ ଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ଯାଇ ମୁଖ୍ୟମନ୍ତ୍ରୀ ଙ୍କସ୍ଵ ହସ୍ତରେ ପ୍ରଦାନ କରି ଆଲୋଚନା କରିବା ପାଇଁ ନିଷ୍ପତି ହୋଇଛି. ଆସନ୍ତା ଅକ୍ଟୋବର ମଧ୍ୟ ଭାଗରେ ମଞ୍ଚ ଓଡିଶା ର ଦର୍ଶନୀୟ ସ୍ଥାନ ମାନ ପରିଦର୍ଶନ ରେ ଯିବାପାଇଁ ନିଷ୍ପତି ହୋଇଛି. ଆସନ୍ତା ମାସର ବୈଠକ ବୁଗୁଡ଼ା ବୁଦ୍ଧଖୋଲ ଠାରେ ହେବାପାଇଁ ସ୍ଥିର ହୋଇଛି. ସାମ୍ବାଦିକ ବନ୍ଧୁ ରବୀନ୍ଦ୍ର ନାଥ ପାତ୍ର ମଞ୍ଚକୁ ଉଦବୋଧନ ଦେଇ ମଞ୍ଚର ଏକ ସ୍ମରଣିକା ପ୍ରକାଶ କରିବା ପାଇଁ ମତ ପ୍ରକାଶ କରିଥିଲେ, ସେଇ ପ୍ରସ୍ତାବକୁ ସ୍ୱାଗତ କରାଯାଇଥିଲା. ପଣ୍ଡିତ ବିପ୍ରଚରଣ ସାହୁ ଜୀବନ ପରିଚାର୍ଯ୍ୟା ଉପରେ ପ୍ରବଚନ କରିଥିଲେ. ସର୍ବଶ୍ରୀ ଶିବରାମ ପଣ୍ଡା ପ୍ରାକ୍ତନ ଅଧ୍ୟକ୍ଷ, ରବୀନ୍ଦ୍ର ଆଚାର୍ଯ୍ୟ, ସୁରେନ୍ଦ୍ର ବେହେରା, ସନ୍ତୋଷ ମିଶ୍ର, ଲଡ଼ୁ କିଶୋର ପ୍ରଧାନ, ଭାସ୍କର ପ୍ରଧାନ, ଗୋବିନ୍ଦଚନ୍ଦ୍ର ଲେଙ୍କା, ବନମାଳୀ ଲେଙ୍କା, ମଧୁସୂଦନ ସ୍ୱାଇଁ, ବିପିନ କୁମାର ବେହେରା ଅନ୍ୟତମ ଉପସଭାପତି ଆଡ଼ଭୋକେଟ ସନ୍ତୋଷ କୁମାର ତିଆଡ଼ି, ପ୍ରତାପ ଚନ୍ଦ୍ର ସାହୁ, ସାମ୍ବାଦିକ ମାଗୁଣିମିଶ୍ର, ସୁବଳ ଭୂୟାଁ, ରଘୁନାଥ ପାତ୍ର, ରଘୁନାଥ ସାହୁ, ଶିବ ପ୍ରସାଦ ସୁବୁଦ୍ଧି,, ବାଳକୃଷ୍ଣ ବେହେରା (ଉପସଭାପତି ),କାନ୍ହୁ ଚରଣ ସ୍ୱାଇଁ,, ଟି. ସୂର୍ଯ୍ୟ ନାରାୟଣ ପାତ୍ର, କେ. ବାବୁ ପାତ୍ର, ସିମାଞ୍ଚଳ କର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ. ପରିଶେଷରେ ପୀତାମ୍ବର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ