କୋର୍ଟକୁ ଯିବାବେଳେ ଭିଡ଼ରେ ସନ୍ଦୀପ ଘୋଷଙ୍କୁ ବାଜିଲା ଶକ୍ତ ଚାପୁଡ଼ା

ନୂଆଦିଲ୍ଲୀ: ସୋମବାର ଦିନ ସିବିଆଇ ଆରଜି କର ମେଡିକାଲ୍‌ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ, ତାଙ୍କର ଅତିରିକ୍ତ ସୁରକ୍ଷା କର୍ମୀ ଅଫସର ଅଲିଙ୍କ ସମେତ ବିପ୍ଲାବ ସିଂଘ ଓ ସୁମନ ହଜ୍ରା ନାମକ ଅନ୍ୟ ଦୁଇଜଣଙ୍କୁ ଆରଜି କର ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଗିରଫ କରିଛି ।

ମଙ୍ଗଳବାର ଦିନ ସେମାନଙ୍କୁ କୋଲକାତାର ଆଲିପୋର କୋର୍ଟରେ ହାଜର କରାଯାଇଥିଲା। ପ୍ରକାଶ ଥାଉକି, ସାନ୍ଦୀପ ଘୋଷ କୋର୍ଟ ପରିସରକୁ ଯିବାବେଳେ ଓକିଲଙ୍କ ସମେତ ବହୁ ଜନତା ତାଙ୍କୁ ଘେରିଥିଲେ ଏବଂ ଚୋର, ଚୋର ସ୍ଲୋଗାନ ଦେଇଥିଲେ। କୋର୍ଟରୁ ବାହାରିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରି ଏକ ଚାପୁଡ଼ା ମାରିଥିଲେ । 

ଏବିପି ନ୍ୟୁଜ୍‌ ଅନୁଯାୟୀ ଆଇନଜୀବୀମାନେ କୋର୍ଟ ପରିସରରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସାନ୍ଦୀପ ଘୋଷ ଏବଂ ସହ-ଅଭିଯୁକ୍ତମାନେ କୋର୍ଟ ପରିସରରୁ ବାହାରକୁ ଯାଉଥିବା ବେଳେ ବହୁ ଜନସମାଗମ ତାଙ୍କୁ ଘେରିଯିବା ପରେ ପରିସ୍ଥିତି ଆହୁରି ତିକ୍ତ ହୋଇଯାଇଥିଲା। ସିବିଆଇ ଅଧିକାରୀ ଏବଂ ସିଏସ୍ଏଫ୍ କର୍ମଚାରୀ ସେମାନଙ୍କୁ କାରରେ ପହଞ୍ଚାଇବା ପାଇଁ ସଂଘର୍ଷ କରିଥିଲେ। କାରଣ ତାଙ୍କୁ ଲୋକ ଘେରିଯାଇ ଆକ୍ରମଣ କରିଥିଲେ ।

ବିଶୃଙ୍ଖଳା ମଧ୍ୟରେ ଜଣେ ବ୍ୟକ୍ତି ସନ୍ଦୀପ ଘୋଷଙ୍କ ନିକଟତର ହେବାରେ ସଫଳ ହୋଇଥିଲେ ଏବଂ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ପ୍ରାୟ ୧୫୦ ଘଣ୍ଟା ପଚରାଉଚରା ପରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସୋମବାର, ସେପ୍ଟେମ୍ବର ୨ରେ ଗିରଫ କରାଯାଇଥିଲା। ତାଙ୍କ ସହିତ ତାଙ୍କ ଅତିରିକ୍ତ ଅଙ୍ଗରକ୍ଷୀ ଅଫସର ଅଲି ଏବଂ ଦୁଇ ଔଷଧ ଯୋଗାଣକାରୀ ବିପ୍ଲବ ସିଂଘ ଏବଂ ସୁମନ ହଜ୍ରାଙ୍କୁ ଗିରଫ କରାଯାଇଥିଲା । 

Leave a Reply

Your email address will not be published. Required fields are marked *