ମୋ ବିରୋଧରେ ଷଡ଼ଯନ୍ତ୍ର ହୋଇଛି: ଯୌନ ନିର୍ଯାତନା ଅଭିଯୋଗ ଉପରେ ମତ ରଖିଲେ ଅଭିନେତା

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ଦ୍ୱାରା ‌ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ସେପ୍ଟେମ୍ବର ୩ ତାରିଖ ବା ଗତକାଲିଠାରୁ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି ମାଲାୟାଲମ୍ ଅଭିନେତା ନିଭିନ ପାଉଲି ଅଭିଯୋଗର କିଛି ଘଣ୍ଟା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ।

ତାଙ୍କ ବିରୋଧରେ ଅଭିଯୋଗ କରିଥିବା ମହିଳାଙ୍କୁ ସେ ଜାଣି ନାହାଁନ୍ତି ବୋଲି  ଦାବି କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଏହାକୁ‌ ନେଇ ଆଇନଗତ ଭାବେ ଲଢ଼ିବେ ଏବଂ ଏହା ଏକ ମିଥ୍ୟା ଅଭିଯୋଗ ବୋଲି ପ୍ରମାଣିତ କରିଦେବେ ।

ସାମ୍ବାଦିକ ସମ୍ମିଳନୀରେ ନିଭିନ ପାଉଲି କହିଛନ୍ତି, “ମୋ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ମୁଁ ଏହାକୁ ଆଇନଗତ ଭାବେ ଲଢ଼େଇ କରିବି। ମୁଁ ମୋର ନିର୍ଦ୍ଦୋଷତାକୁ ପ୍ରମାଣ କରିବାକୁ ଯେକୌଣି ପରିଶ୍ରମ କରିବାକୁ ପ୍ରସ୍ତୁତ ଅଛି, କାରଣ ଏହା ଏକ ମିଥ୍ୟା ଅଭିଯୋଗ। ଏହା କାହା ସହ ବି ହୋଇପାରେ ।’’

ସେ ସ୍ପଷ୍ଟ କରିଛନ୍ତି ଯେ ମହିଳା ଜଣଙ୍କ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବା ପରେ ସେ ମାସକ ପୂର୍ବରୁ ସେ ଜଣେ ପୁଲିସ ଅଧିକାରୀଙ୍କଠାରୁ ଫୋନ୍ ପାଇଥିଲେ ।

ଅଭିଯୋଗ ଅନୁଯାୟୀ, ନଭେମ୍ବର ୨୦୨୩ ରେ ଦୁବାଇରେ ଏହି ଘଟଣା ଘଟିଥିଲା। ‘ଥୁରାମୁଖମ୍’ ଅଭିନେତା କହିଛନ୍ତି ଯେ ସେ ଦୁବାଇ ମଲରେ ଜଣେ ଫିଲ୍ମ ନିର୍ମାତାଙ୍କୁ ଭେଟିଥିଲେ ଏବଂ ସିନେ ନିର୍ମାିତା ପରେ ତାଙ୍କୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ପରିଚିତ କରାଇଥିଲେ‌; ଯିଏ ଫିଲ୍ମ ପାଇଁ ଅଧା ପାଣ୍ଠି ଦେଇଥାନ୍ତେ ।

Leave a Reply

Your email address will not be published. Required fields are marked *