ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ସ୍କୁଟି, ଚାଲିଗଲା ଦୁଇ ଜୀବନ

ଭଦ୍ରକ: ଜାତୀୟ ରାଜପଥ-୧୬ ବନ୍ତ ଛକ ନିକଟରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଜଣେ ଆହତ ବି ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ୩ ଜଣ ଏକ ସ୍କୁଟିରେ ଆରଡ଼ି ଛକରୁ ଚରମ୍ପା ଯାଉଥିଲେ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ  ସ୍କୁଟିଟି ଧକ୍କା ଦେଇଥିଲା। ଏହାଫଳରେ ଦୁର୍ଘଟଣା ଘଟିଥିଲା ଏବଂ ୨ଜଶଙ୍କର ଜୀବନ ଚାଲିଯାଇଥିଲା। ମୃତକ ଦୁଇଜଣ ହେଲେ ଭଦ୍ରକ ବେଳମାଳ ଗାଁର ୧୮ ବର୍ଷୀୟ ଯୁବକ ଶିବ ସୁନ୍ଦର ଓ ଚରମ୍ପା ପଥରଆଡ଼ି ଗାଁର ସୌରଭ ମିଶ୍ର। ଆହତ ଜଣକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।

Leave a Reply

Your email address will not be published. Required fields are marked *