ଶ୍ରେଣୀଗୃହରେ ଆପତ୍ତିଜନକ ଅବସ୍ଥାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: ବିଦ୍ୟାଳୟକୁ ଶିକ୍ଷାର ମନ୍ଦିର କୁହାଯାଏ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଆମ ଦେଶର ଭଗବାନଙ୍କ ମାନ୍ୟତା ଦିଆଯାଇଛି। ନିକ‌ଟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଏମିତି ଏକ ଘୃଣ୍ୟ  କାମର ଭିଡିଓ ସାମ୍ନାକୁ ଆସିଛି ଯାହାକୁ ତୀବ୍ର ନିନ୍ଦା କରାଯାଉଛି। 

ବିହାରର ଜହାନାବାଦରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଥିରେ ବିପିଏସସି ଶିକ୍ଷକଙ୍କ ଲଜ୍ଜାଜନକ କାମର ଏକ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଯେଉଁଥିରେ ଶିକ୍ଷକ ଜଣେ ଶିକ୍ଷୟିତ୍ରୀଙ୍କ  ସହ ଅଶ୍ଳୀଳ କାମ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ଏକ ଶ୍ରେଣୀଗୃହର ବୋଲି ଦାବି କରାଯାଉଛି। ଏଭଳି ଏକ ଭିଡିଓ ସାମ୍ନାକୁ ଆସିବା ପରେ ଡିପିଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଏହି ଭିଡିଓ ଜହାନାବାଦ ସଦର ବ୍ଲକର ଧନୋତି ପ୍ରାଥମିକ ବିଦ୍ୟାଳୟର ଅଟେ। ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଶିକ୍ଷକଙ୍କ ନାମ ମିଥିଲେଶ କୁମାର ବୋଲି କୁହାଯାଉଛି। ଯିଏକି ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ନଜର ଆସୁଛନ୍ତି। ଏହି ଭିଡିଓକୁ ଶିକ୍ଷକ ଜଣକ ନିଜେ ରେକର୍ଡ କରିଥିବା କୁହାଯାଉଛି।  

ଏହି ଭିଡିଓ ଟୁଇଟର ହ୍ୟାଣ୍ଡେଲ @ପ୍ରାଣଜଲ ଯାଦବ ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଶିକ୍ଷକ ମିଥିଲେଶ କୁମାରଙ୍କ ତୀବ୍ର ନିନ୍ଦା କରିବା ସହିତ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଶିକ୍ଷକ ଜଣକ ଶ୍ରେଣୀଗୃହରେ ଯଦି ଏପରି କାମ କରି ପାରୁଛନ୍ତି ତାଙ୍କ ପାଖରେ ଛାତ୍ରଛାତ୍ରୀମାନେ ସୁରକ୍ଷିତ କିପରି ରହିବେ ବୋଲି ଲେ‌ାକେ ପ୍ରଶ୍ନ କରିଛନ୍ତି। ଭିଡିଓ ଭାଇରାଲ ହେବାପରେ ଡିପିଓ ଶିକ୍ଷକ ମିଥିଲେଶଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହି ନୋଟିସ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *