ଗଣେଶଙ୍କ ପାଦ ସ୍ପର୍ଶ କରିବାକୁ ଆସିଥିବା ଗରିବଙ୍କୁ ଗୋଇଠା ମାରିଲେ ଯୁବକ

ନୂଆଦିଲ୍ଲୀ: ଭଗବାନ ଗଣେଶଙ୍କ ଆଗମନ ହୋଇସାରିଛି। ସାରାଦେଶରେ ବାବା ଗଣେଶଙ୍କ ପୂଜାଅର୍ଚ୍ଚନା ଜାରି ରହିଛି। ସମସ୍ତସ୍ଥାନରେ ଗଣେଶଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି। 

ଏହି କ୍ରମରେ ମହାରାଷ୍ଟ୍ରରେ ଗଣେଶ ପୂଜା ଧୁମଧାମରେ ପାଳିତ ହେଉଥିବା ବେଳେ ଛୋଟବଡ଼ ସମସ୍ତ ଗ୍ରାମରେ ଭଗବାନ ଗଣେଶଙ୍କ ପ୍ରତିମା ପ୍ରତିଷ୍ଠା ହୋଇସାରିଛି। ମନ୍ଦିରମାାନଙ୍କରେ ପ୍ରଭୁଙ୍କ ଦର୍ଶନ ପାଇଁ ଲୋକଙ୍କ ଗହଳି ଲାଗି ରହିଛି। 

ଏଭଳି ସମୟରେ ଏକ ନିରାଶଜନକ ଘଟଣା ସାମ୍ନାକୁ ଆସିଛି।  ଭଗବାନ ସମସ୍ତଙ୍କର ତାଙ୍କ ନିକଟରେ ଧନୀ କି ଗରିବ କିଛି ଭେଦଭାବ ନଥାଏ। କିନ୍ତୁ କିଛି ଗର୍ବୀଲୋକ ଅଛନ୍ତି ସେମାନେ ନିଜକୁ ବଡ଼ ବୋଲି ସବୁବେଳେ ମନେ କରନ୍ତି। ଏମିତି ଏକ ଘଟଣା ନିକଟରେ ଘଟିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଭଗବାନ ଗଣେଶଙ୍କ ପ୍ରତିମାକୁ ପ୍ରତିଷ୍ଠା ପାଇଁ ଏକ ଟ୍ରକରେ ନିଆଯାଉଛି। ଏହି ସମୟରେ ଜଣେ ଗରିବ‌ଲୋକ ପ୍ରତିମା ନିକଟକୁ ଆସି ଭଗବାନଙ୍କ ପାଦସ୍ପର୍ଶ କରିବାକୁ ଚେଷ୍ଟା କରୁଛନ୍ତି। ଏତିକି ବେଳେ ଟ୍ରକ ଉପରେ ଗଣେଶଙ୍କ ପ୍ରତିମା ଧରିଥିବା ଜଣେ ଯୁବକ ତାଙ୍କୁ ଗୋଇଠା ମାରୁଛନ୍ତି।

ଯୁବକଙ୍କ ଗୋଇଠା ମାଡ଼ରେ ଗରିବଲୋକ ଜଣକ ପ୍ରତିମା ନିକଟରୁ ମନଦୁଃଖରେ ଦୂରେଇ ଯାଉଛନ୍ତି। ଆଉ ଦୂରରୁ ଥାଇ ଗଣେଶଙ୍କ ଦର୍ଶନ କରୁଛନ୍ତି। ଯେପରି ମନେମନେ କହୁଛନ୍ତି କ’ଣ ଗରିବ ଲୋକଙ୍କୁ ଭଗବାନଙ୍କ ଦର୍ଶନ କରିବାର ଅଧିକାର ନାହିଁ ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଲୋକେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ‘ଯିଏ ମଣିଷକୁ ସମ୍ମାନ କରିବା ଶିଖି ନାହିଁ ସେ ଭଗବାନଙ୍କ ମୂର୍ତ୍ତିକୁ ଧରିବା ପାଇଁ ଯୋଗ୍ୟ ନୁହେଁ। ତା୍ଙ୍କୁ ଗ‌ଣେଶଙ୍କ ମୂର୍ତ୍ତି ଧରିବାକୁ ଦିଆଯିବା ଉଚିତ ନୁହେଁ। ଉକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।

Leave a Reply

Your email address will not be published. Required fields are marked *