୨ ପିକ୍‌ଅପ୍‌ ଭ୍ୟାନକୁ ଧକ୍କା ଦେଲା ଓଏସ୍‌ଆର୍‌ଟିସି ବସ୍‌

ବଲାଙ୍ଗୀର: ରାତିଅଧରେ ଦ୍ରୁତ ଗତିରେ ଯାଉଥିବା ଓଏସ୍‌ଆର୍‌ଟିସି ବସ୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌କୁ ପିଟି ଚୁରମାର କରିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ବୁଧବାର ବିଳମ୍ବିତ ରାତିରେ ବୌଦ୍ଧର ଫିସରି କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି।  ବସ୍‌ରେ ଥିବା ପ୍ରାୟ ୪୦ ଯାତ୍ରୀଙ୍କ ମଧ୍ୟରୁ କେତେକ ସାମାନ୍ୟ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଓଏସ୍‌ଆର୍‌ଟିସି ବସ୍‌ଟି ୪୦ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଯାଉଥିଲା। ଗାଡ଼ିଟି ବୌଦ୍ଧ-ଖୋର୍ଦ୍ଧା-ବଲାଙ୍ଗୀରର ୫୭ ତମ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ବସିଥିଲା ।

ଏହାପରେ ରାସ୍ତା ପାର୍ଶ୍ୱରେ ଥିବା ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଇଥିଲା। ସେ ସମୟରେ ଭ୍ୟାନ୍‌ରେ କେହି ନ ଥିଲେ। ତେବେ  ଗାଡ଼ି ଦୁଇଟି ଭାଙ୍ଗିରୁଜି ଯାଇଛି ।

 ଦୁର୍ଘଟଣାରେ ବସ୍‌ର ଆହତ ହୋଇଥିବା ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ବୌଦ୍ଧର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଅନ୍ୟ ବସ୍‌ରେ ନିଜ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଛାଡି ଦିଆଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *