ବରିଷ୍ଠ କଳାକାର ଶିବ କୁମାରଙ୍କ ପାଦ ଛୁଇଁ ମନ କିଣିଲେ ଆରାଧ୍ୟା

ମୁମ୍ବାଇ: ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ବଚ୍ଚନ ପରିବାର । କୌଣସି ଫିଲ୍ମ ବା ବଡ଼ କାର୍ଯ୍ୟକ୍ରମ ପାଇଁ ନୁହେଁ, ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି । କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି । ଐଶ୍ବର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କୁ ଧରି ବିଭିନ୍ନ ଉତ୍ସବକୁ ଯାଉଥିବା ବେଳେ ଅଭିଷେକ ବଚ୍ଚନ ପରିବାର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । 

ଏମଧ୍ୟରେ ଐଶ୍ବର୍ଯ୍ୟାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯାହା ସମସ୍ତଙ୍କ ମନ କିଣିଛି। ଭିଡିଓରେ ସେ ଲୋକପ୍ରିୟ କଳାକାର ଶିବ କୁମାରଙ୍କ ପାଦ ଛୁଉଁଥିବା ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଆୱାର୍ଡ ମିଳିବା ପରେ ସୁପରଷ୍ଟାର ଚିୟାନ ବିକ୍ରମ ଐଶ୍ବର୍ଯ୍ୟାଙ୍କୁ ତଳକୁ ଛାଡ଼ିବାକୁ ଆସୁଛନ୍ତି। ଏହା ପରେ ଶିବ କୁମାରଙ୍କୁ ଦେଖି ଐଶ୍ବର୍ଯ୍ୟା ତାଙ୍କୁ ଅଭିବାଦନ ଜଣାଉଥିବା ବେଳେ ଆରାଧ୍ୟାଙ୍କୁ ଭେଟ କରାଉଛନ୍ତି। ଶିବ କୁମାରଙ୍କୁ ଦେଖିବା ପରେ ଆରାଧ୍ୟା ତାଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି। ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଐଶ୍ବର୍ଯ୍ୟା ନିଜ ଝିଅକୁ ଭଲ ସଂସ୍କାର ଦେଇଥିବା ନେଇ ଲୋକେ କହିବା ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *