ଏଠାରେ ଖାଦ୍ୟ ରଖ ନାହିଁ ଏହି ମଞ୍ଚ ହେଉଛି ମୋ ପାଇଁ ମନ୍ଦିର

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟକ ଅରିଜିତ ସିଂ ତାଙ୍କ ଗୀତ ଏବଂ ସୁମଧୁର ସ୍ୱର ଓ ସ୍ବଭାବ ପାଇଁ ପ୍ରଶଂସକଙ୍କ ହୃଦୟ ଜିତିବାରେ ଲାଗିଛନ୍ତି । ଦିନକୁ ଦିନ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି ।

ଅରିଜିତ ସିଂ ତାଙ୍କ ପ୍ରଶଂସକଙ୍କୁ ଭଗବାନ ବୋଲି ମାନି ଥାଆନ୍ତି। ତେଣୁ ପ୍ରଶଂସକମାନଙ୍କୁ  ଖୁସି କରିବା ପାଇଁ ସେ କୌଣସି ସୁଯୋଗକୁ ହାତ ଛଡ଼ା କରନ୍ତି ନାହିଁ। ନିକଟରେ ଏକ କନ୍ସର୍ଟ ସମୟରେ ଅରିଜିତ ସିଂ ଜଣେ ପ୍ରଶଂସକଙ୍କୁ ବୁଝାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । 

ଏହି ଭିଡିଓରେ ଦେଖିବାକୁ ମିଳୁଛି ଅରିଜିତି ମଞ୍ଚରେ ନିଜର ଲାଇଭ ପ୍ରଦର୍ଶନ ଦେଉଛନ୍ତି। ଏହି ସମୟରେ ଫ୍ୟାନ୍ସମାନେ ମଞ୍ଚର ଏକ କୋଣରେ କିଛି ଖାଦ୍ୟ ରଖିଥିଲେ। ଯାହାକୁ ଅରିଜିତ ଦେଖିବା ପରେ ନିଜ ହାତରେ ତାହାକୁ ହଟାଇ ଦେଇ ମଞ୍ଚରୁ ତଳକୁ ଝୁଙ୍କି ପଡ଼ି ଫ୍ୟାନ୍ସଙ୍କୁ କହିଥିଲେ, ‘ମୋତେ କ୍ଷମା କରିଦେବେ ଏହି ମଞ୍ଚ ହେଉଛି ମୋ ପାଇଁ ମନ୍ଦିର। ଏଠାରେ ଖାଦ୍ୟ ରଖି ପାରିବି ନାହିଁ ।’
ଅରିଜିତ ସିଂହ ୟୁକେଗସ୍ତରେ ଅଛନ୍ତି। ନିକଟରେ ସେ ଲଣ୍ଡନରେ ନିଜର ପ୍ରଦର୍ଶନ ଦେଇଥିଲେ। କଣ୍ଠଶିଳ୍ପୀଙ୍କ ଏହି ଭିଡିଓ ଭାଇରାଲ ହେବାପରେ କିଛିଲୋକେ ଅରିଜିତଙ୍କ ସ୍ଭଭାବକୁ ପ୍ରଶଂସା କରିଥିବା ବେଳେ ଅନ୍ୟ କିଛି ଲୋକ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଯଦି ଆପଣ କହୁଛନ୍ତି ମଞ୍ଚ ହେଉଛି ମନ୍ଦିର ସେଠାରେ ଖାଦ୍ୟ ରଖି ପ‌ାରିବେ ତେବେ ଜୋତା ପିନ୍ଧି କିପରି ମଞ୍ଚ ଉପରେ ଛିଡ଼ା ହୋଇ ନିଜର ପ୍ରଦର୍ଶନ ଦେଉଛି। ଆମ ଜାଣିବାର ଛୋଟ ଅଉ ଅବା ବଡ଼ କୌଣସି ମନ୍ଦିରକୁ ତ ଭକ୍ତ ଚପଲ କି ଜୋତା ମଡ଼ାଇ ଯାଆନ୍ତି ନାହିଁ ।’

Leave a Reply

Your email address will not be published. Required fields are marked *