ଘୁମୁସର ର ଭାଷା, ସାହିତ୍ୟ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩୦ ଜଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର (ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଭଞ୍ଜନଗର ଶାଖା ତରଫରୁ ଘୁମୁସର ଅଞ୍ଚଳର ଖ୍ୟାତି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ନେଇ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ସଭାପତି ପ୍ରଫେସର କୃତ୍ତିବାସ ବିଶ୍ଵାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ମୁଖ୍ୟବକ୍ତା ଭାବେ ଉପ ସଚିବ, ବ୍ରହ୍ମପୁର ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ ଡ଼. କୁଳମଣି ଓଝା, ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ତ୍ରିନାଥ ନାୟକ, କନ୍ଧମାଳ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡ଼ି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କାନ୍ତ ରଥ, ସନ୍ତୋଷ କୁମାର ଜେନା ଯୋଗଦେଇ ଘୁମୁସର ଅଞ୍ଚଳର ଭାଷା ସାହିତ୍ୟ, କଳା ଓ ସଂସ୍କୃତି ବିଶ୍ଵରେ ଅନନ୍ୟ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କବିତା କାଳଜୟୀ କୁ ଅନୁସରଣ କରି ଆଜି ବହୁ କବି, ଲେଖକ ଓ ସାହିତ୍ୟିକ ନିଜକୁ ସମାଜରେ ପ୍ରତିଷ୍ଠିତ କରି ପାରିଛନ୍ତି ବୋଲି ଅଭିଭାଷଣ ରଖିଛନ୍ତି ।

ଜ୍ୟୋସ୍ନା ଦେବୀ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ସମ୍ପାଦକ ସନ୍ତୋଷ ଜେନା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଭଞ୍ଜନଗର ରୋଟାରୀ କ୍ଳବ, ବିପଦର ବନ୍ଧୁ, ଘୁମୁସର ଲେଖିକା ସଂସଦ, ଲୋହାରଖଣ୍ଡି ସାହିତ୍ୟ ସଂସଦ, ଘୁମୁସର ସମ୍ବାଦକୁ ମୁଖ୍ୟଅତିଥି ବିଧାୟକ ଶ୍ରୀ ନାୟକ ପୁରସ୍କୃତ କରି ଉତ୍ସାହିତ କରିଥିଲେ ।

ଅଂଚଳର କଳା, ସଂସ୍କୃତି ଓ ଗବେଷଣା ପାଇଁ ଭାରତଲୀଳାରୁ ସନ୍ତୋଷ କୁମାର ଗୌଡ଼, କୃଷ୍ଣଚନ୍ଦ୍ର ଗୌଡ଼, ସୂତାକଣ୍ଢେଇ ପାଇଁ ଅଜୟ କୁମାର ବିଷୋୟୀ, ପ୍ରହ୍ଲାଦ ନାଟକ ପାଇଁ ନିରଞ୍ଜନ ସେଠି, ସୁରେନ୍ଦ୍ର ସେଠି, ଚନ୍ଦ୍ରଧ୍ଵଜ ନାୟକ, ମୃଦଙ୍ଗ ପାଇଁ ପ୍ରକାଶ ପ୍ରଧାନ, ଗକ୍ଷହଣ ପାଇଁ କେଶବ ପ୍ରଧାନ, ପଶୁମୁଖା ନୃତ୍ୟ ପାଇଁ ବୁଧିଆ ଗୌଡ଼, ଚାଙ୍ଗୁ ବାଦ୍ୟ ପାଇଁ ଦିବାନ ନାଇକ, ଲୋକବାଦ୍ୟ ପାଇଁ ଡାକ୍ତର ନାଇକ, ଲୋକସଂଗୀତ ପାଇଁ ଗୁରୁ ରବିନାରାୟଣ ଦାସ, ଓଡିଶୀ ନୃତ୍ୟ ପାଇଁ ମୋନାଲିସା ସାବତ, ଲୋକ ସଂଗୀତ ପାଇଁ ରୀତିସ୍ନିଗ୍ଧା ପ୍ରଧାନ, ପାରମ୍ପରିକ ସଂଗୀତ ପାଇଁ ବିଧାନ ନାୟକ, ପୀତବାସ ବାଡ଼ତ୍ୟା, ଗବେଷଣା ପାଇଁ ସୁରେନ୍ଦ୍ର କୁମାର ଶତପଥୀ, ନାଟ୍ୟକାର ପାଇଁ ଜୟକୃଷ୍ଣ ପଟ୍ଟନାୟକ, ନାଟ୍ୟନିର୍ଦେଶନା ପାଇଁ ଲୋକନାଥ କର ଓ ଅଞ୍ଚଳର ଜଣାଶୁଣା ଗୁରୁ ଶାନ୍ତନୁ କୁମାର ଦାସ ଙ୍କୁ ପ୍ରଶଂସା ପତ୍ର, ଉପଢୌକନ ଦେଇ ଅତିଥିମାନେ ସମ୍ବନ୍ଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଗବନ୍ଧୁ ଜେନା, ମନୁନନ୍ଦ ପତି, ସୁରେଶ ଚନ୍ଦ୍ର ସ୍ଵାଇଁ, ଅନୁପମ ବାନାର୍ଜୀ, ପ୍ରଭାତୀ ମଞ୍ଜରୀ ବେହେରା, ରିତାରାଣୀ ମହାପାତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିରେ ଅଂଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ, ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *