ପୂରିଲା ହୀରାକୁଦ ଜଳଭଣ୍ଡାର

ସମ୍ବଲପୁର: ଶନିବାର ହୀରାକୁଦ ଡ୍ୟାମ୍‌ର ଜଳସ୍ତର ଶୀର୍ଷସ୍ତରରେ ପହଞ୍ଚିଛି। ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍‌। ରୁଲ୍‌ କର୍ଭ ଅନୁସାରେ, ସେପ୍‌ଟେମ୍ବର ୩୦ ତାରିଖରେ ହୀରାକୁଦର ଜଳସ୍ତର ୬୩୦ ଫୁଟ୍‌ ରଖାଯାଇଥାଏ। ହେଲେ ଚଳିତବର୍ଷ ୧୦ ଦିନ ଆଗରୁ ଏହା ଶୀର୍ଷ ସ୍ତରରେ ପହଞ୍ଚିଛି। ଆଜି ରାତି ୯ଟା ସୁଦ୍ଧା ଜଳଭଣ୍ଡାରକୁ ୪୦,୧୮୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମପରିମାଣର ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌ ବନ୍ଦ ରହିଛି। ପାୱାର୍‌ ଚାନେଲ ଦେଇ ମହାନଦୀକୁ ୩୫,୫୨୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ବେଳେ ଶିଳ୍ପାନୁ‌ଷ୍ଠାନଗୁଡ଼ିକ ୨୭୩ କ୍ୟୁସେକ୍ ଜଳ ଟାଣୁଛନ୍ତି। ଜଳସେଚନ ପାଇଁ ୪,୩୮୬ କ୍ୟୁସେକ୍ ଜଳ ଛଡ଼ାଯାଇଛି। ସେଥିରୁ ବରଗଡ଼ ମୁଖ୍ୟ କେନାଲରେ ୩,୬୪୦ କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୬୩୦ କ୍ୟୁସେକ୍ ଏବଂ ସମ୍ବଲପୁର କେନାଲରେ ୧୧୬ କ୍ୟୁସେକ୍ ଜଳ ଛଡ଼ାଯାଇଛି ।

Leave a Reply

Your email address will not be published. Required fields are marked *