ଗୁଜରାଟରେ ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

ଭୁବନେଶ୍ବର: ଭରତପୁର ଥାନାରେ ସେନାବାହିନୀର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନୂଆ ଅପଡେଟ୍‌ ଆସିଛି। ଭରତପୁର ଥାନାରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ୍‌ ଟେଷ୍ଟ ହେବ। ପଲିଗ୍ରାଫ୍‌ ଟେଷ୍ଟ ପାଇଁ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ ବୁଧବାର ଦିନ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ପଲିଗ୍ରାଫ୍‌ ଟେଷ୍ଟ ପାଇଁ ଦୀନକୃଷ୍ଣଙ୍କୁ କ୍ରାଇମବ୍ରାଞ୍ଚ ଗୁଜରାଟ ଗାନ୍ଧିନଗର ନେବ ।

ପୂର୍ବରୁ ଦୀନକୃଷ୍ଣ ମିଶ୍ର ଭାରତୀୟ ସେନାର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସବୁ ପରୀକ୍ଷାର ସମ୍ମୁଖୀନ ପାଇଁ ରାଜି ହୋଇଛନ୍ତି। ଆଜି ଏସଡିଜେଏମ୍ କୋର୍ଟରେ ହାଜର ହୋଇ ସେ ବ୍ରେନ୍ ମ୍ୟାପିଂ, ଲାଏ ଡିଟେକସନ୍ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟ ଓ ନାର୍କୋ ଟେଷ୍ଟ ପାଇଁ ସେ ରାଜି ହୋଇଥିବା ଜଣାଯାଇଛି। ଏସବୁ ପରୀକ୍ଷା ପରେ ସତକଥା ପଦାକୁ ଆସିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ଦୀନକୃଷ୍ଣଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। ଏଣେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ ଭରତପୁର ଥାନାରେ ସକାଳେ ପହଞ୍ଚିଥିଲା। ସେଠାରେ ପୀଡ଼ିତା ଓ ତାଙ୍କ ବନ୍ଧୁ ମେଜର ବି ପହଞ୍ଚିଥିଲେ। ତାପରେ ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *