ମାଲକାନଗିରି ଜିଲ୍ଲାସାରା ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲାଗିଲା ମାଓ ବିରୋଧୀ ପୋଷ୍ଟର। ସ୍ୱାଭିମାନ ଅଞ୍ଚଳର ସାରକୁବନ୍ଧ, ଜନ୍ତାପାଇ ଓ ବଣ୍ଡଘାଟିରେ ଲାଗିଛି ପୋଷ୍ଟର।ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ଲାଗିଛି ଏହି ପୋଷ୍ଟର। ଆଦିବାସୀ ଯୁବକଯୁବତୀମାନଙ୍କୁ ମିଛ ପ୍ରଲୋଭନ ଦେଖାଇ ମାଓ ସଂଗଠନରେ ସାମିଲ କରି ନିର୍ଯାତନା ଦେଉଛନ୍ତି। ମୁଖ୍ୟତଃ ଯୁବତୀମାନଙ୍କୁ ଅଧିକା ନିର୍ଯାତନା ଦେଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।

ତୁରନ୍ତ ମାଓ ସଂଗଠନ ଛାଡ଼ି ଆଦିବାସୀ ଯୁବକ ଯୁବତୀମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ମାଓବାଦୀଙ୍କ ବିରୋଧରେ ହତିଆର ଉଠାଇବେ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ବି ଦିଆଯାଇଛି।

Leave a Reply

Your email address will not be published. Required fields are marked *