ହିନ୍ଦୁସ୍ତାନ ଏରୋନୋଟିକ୍ସକୁ ମହାରତ୍ନ ମାନ୍ୟତା

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା କମ୍ପାନୀ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡକୁ ମହାରତ୍ନର ମାନ୍ୟତା ମିଳିଛି। ଏହି ମାନ୍ୟତା ପାଇବାରେ ଏହା ୧୪ତମ କମ୍ପାନୀ ପାଲଟିଛି। ପ୍ରତିରକ୍ଷା ଉତ୍ପାଦନ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଏହି କମ୍ପାନିର ୨୦୨୩-୨୪ ଆର୍ଥିକ ବର୍ଷରେ ୨୮,୧୬୨ କୋଟି ଟଙ୍କାର କାରବାର ହୋଇଥିବା ବେଳେ ୭,୫୯୫ କୋଟି ଟଙ୍କା ଲାଭ ହୋଇଛି। କିଛି ଦିନ ଧରି କଂପାନିର ଷ୍ଟକ ହ୍ରାସ ପାଇବା ପରେ ଏବେ ହାଲ୍ ମହାରତ୍ନ ହୋଇଥିବାରୁ ସୋମବାର ଏହାର ଷ୍ଟକ୍ ବଢ଼ିବାର ସମ୍ଭାବନା ରହିଛି।ଅର୍ଥ ମନ୍ତ୍ରଣାଳୟ ହାଲକୁ ମହାରତ୍ନ ମାନ୍ୟତା ଦେଇଛି ବୋଲି ସାଧାରଣ ଉଦ୍ୟୋଗ ବିଭାଗ ଘୋଷଣା କରିଛି। ଏହି ପ୍ରସ୍ତାବକୁ ମନ୍ତ୍ରୀ ଗୋଷ୍ଠୀର ଅନୁମୋଦନ ମିଳିସାରିଛି। ଏହାକୁ ପ୍ରତିରକ୍ଷା କ୍ଷେତ୍ରର ବୃହତ୍ ମାନଙ୍କ ମଧ୍ୟରେ ଗଣନା କରାଯାଏ ।

ମହାରତ୍ନର ମାନ୍ୟତା ପାଇବା ପରେ ଏବେ କମ୍ପାନି ନିଜର ଅଧିକାଂଶ ନିଷ୍ପତ୍ତି ନିଜେ ନେଇପାରିବ। ଏଥିପାଇଁ ସରକାରୀ ଅନୁମୋଦନର ଆବଶ୍ୟକତା ପଡ଼ିବ ନାହିଁ। ଏହା ଦ୍ୱାରା ହାଲର ପ୍ରକଳ୍ପଗୁଡ଼ିକ ଦ୍ରୁତ ଗତିରେ ଆଗକୁ ବଢ଼ିପାରିବ। ଅର୍ଥ ମନ୍ତ୍ରଣାଳୟ ହାଲକୁ ମହାରତ୍ନ ମାନ୍ୟତା ଦେଇଛି ବୋଲି ସାଧାରଣ ଉଦ୍ୟୋଗ ବିଭାଗ ଘୋଷଣା କରିଛି। ଏହି ପ୍ରସ୍ତାବକୁ ମନ୍ତ୍ରୀ ଗୋଷ୍ଠୀର ଅନୁମୋଦନ ମିଳିସାରିଛି। ଏହାକୁ ପ୍ରତିରକ୍ଷା କ୍ଷେତ୍ରର ବୃହତ୍ ମାନଙ୍କ ମଧ୍ୟରେ ଗଣନା କରାଯାଏ। ମହାରତ୍ନର ମାନ୍ୟତା ପାଇବା ପରେ ଏବେ କମ୍ପାନି ନିଜର ଅଧିକାଂଶ ନିଷ୍ପତ୍ତି ନିଜେ ନେଇପାରିବ। ଏଥିପାଇଁ ସରକାରୀ ଅନୁମୋଦନର ଆବଶ୍ୟକତା ପଡ଼ିବ ନାହିଁ। ଏହା ଦ୍ୱାରା ହାଲର ପ୍ରକଳ୍ପଗୁଡ଼ିକ ଦ୍ରୁତ ଗତିରେ ଆଗକୁ ବଢ଼ିପାରିବ। ଭଲ ପ୍ରଦର୍ଶନ କରୁଥିବା କମ୍ପାନୀମାନଙ୍କ ପାଇଁ ଭାରତ ସରକାର ତିନୋଟି ବର୍ଗ ସୃଷ୍ଟି କରିଛନ୍ତି। ସେମାନଙ୍କୁ ବିଭିନ୍ନ ସ୍ତରରେ ମିନିରତ୍ନ, ନବରତ୍ନ ଓ ମହାରତ୍ନର ମାନ୍ୟତା ଦିଆଯାଇଛି। ପ୍ରତ୍ୟେକ ମାନ୍ୟତା ହାସଲ କରିବା ପରେ କଂପାନି ପରିଚାଳନାର କ୍ଷମତା ବଢ଼ିଥାଏ। ପୁଞ୍ଜିନିବେଶ ବ୍ୟତୀତ ସରକାରଙ୍କ ବିନା ଅନୁମୋଦନରେ ସେ ଅନେକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ ସରକାର ବିଏଚ୍ଏଲ୍, ବିପିସିଏଲ୍, କୋଲ୍ ଇଣ୍ଡିଆ, ଗେଲ୍, ଏଚପିସିଏଲ୍, ଇଣ୍ଡିଆନ୍ ଅଏଲ୍, ଏନଟିପିସି, ଓଏନଜିସି, ପାୱାର ଗ୍ରିଡ୍, ସେଲ୍, ଅଏଲ୍ ଇଣ୍ଡିଆ ଓ ପିଏଫସିକୁ ମହାରତ୍ନ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *