ବେଆଇନ ଭାବେ ରହୁଥିବା ୮ ଜଣ ବାଂଲାଦେଶୀଙ୍କୁ ଧରିଲା ପୁଲିସ

ବେଙ୍ଗାଲୁରୁ: କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ବେଆଇନ ଭାବେ ରହୁଥିବା ଆଠ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ସେମାନେ ଗତ ତିନିବର୍ଷ ଧରି ବୈଧ ପାସପୋର୍ଟ କିମ୍ବା ଭିସା ବିନା ଜିଲ୍ଲାର ହୁଡେ ଗ୍ରାମରେ ରହୁଥିଲେ। ପୁଲିସ ଏହି ସୂଚନା ଦେଇଛି।ଉଡୁ଼ପି ପୁଲିସ ଅଧୀକ୍ଷକ ଅରୁଣଙ୍କ ସୂଚନା ଅନୁଯାୟୀ, ମହମ୍ମଦ ମାଣିକ ନାମକ ଜଣେ ଅଭିଯୁକ୍ତ ନକଲି ପାସପୋର୍ଟ ବ୍ୟବହାର କରି ଦୁବାଇକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗିରଫ ହୋଇଥିଲେ। ତାଙ୍କୁ ଦକ୍ଷିଣ କନ୍ନଡ ଜିଲ୍ଲାର ବାଜପେ ବିମାନବନ୍ଦରରେ ଗିରଫ କରାଯାଇଥିଲା।ପଚରାଉଚରା ବେଳେ ମାଣିକ କହିଥିଲେ ଯେ ଅନ୍ୟ ୭ ଜଣ ବାଂଲାଦେଶୀ ତାଙ୍କ ସହ ହୁଡେ ଗ୍ରାମରେ ବେଆଇନ ଭାବେ ରହୁଥିଲେ। ଉଡୁପି ପୁଲିସକୁ ସୂଚନା ଦେଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା |

ପୁଲିସ ଶୁକ୍ରବାର ଦିନ ୭ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତଙ୍କ ପାଖରେ ଆଧାର କାର୍ଡ ରହିଛି।ଅଭିଯୁକ୍ତମାନେ ଏହି ନକଲି ଆଧାର କାର୍ଡ କିପରି ପାଇଛନ୍ତି ଏବଂ ବାଂଲାଦେଶରୁ ଭାରତକୁ ସୀମା ପାର କରିବାରେ କିପରି ସଫଳ ହୋଇଛନ୍ତି ତାହା ଜାଣିବା ପାଇଁ ତଦନ୍ତ ଚାଲିଛି। ଆଠ ଜଣ ବାଂଲାଦେଶୀ ନାଗରିକ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି ଏବଂ ସେମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି ।

Leave a Reply

Your email address will not be published. Required fields are marked *