ଆମେ ଯେଉଁ ରାସ୍ତା ବାଛିଛୁ ସେଥିରେ ଶାନ୍ତି ନାହିଁ କି ବିଶ୍ରାମ ନାହିଁ: ମୋଦୀ

ନୂଆଦିଲ୍ଲୀ: ଆଜି ସକାଳେ ଏନଡିଟିଭି ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ସ୍ୱପ୍ନକୁ ସାକାର କରିବା ଏବଂ ପ୍ରତିଶ୍ରୁତି ପୂରଣ କରିବା ପାଇଁ ତାଙ୍କ ସରକାର କାର୍ଯ୍ୟ କରୁଥିବାରୁ ବିଶ୍ରାମ କରିବା ପାଇଁ ତାଙ୍କ ନିକଟରେ ସୁଯୋଗ ନାହିଁ।ସେ ତାଙ୍କ ଅଭିଭାଷଣରେ କହିଛନ୍ତି, ‘‘ମୁଁ ଅନେକ ଲୋକଙ୍କୁ ଭେଟିଛି ଯେଉଁମାନେ ମୋତେ କୁହନ୍ତି, ‘ଭାରତ ବର୍ତ୍ତମାନ ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନୀତି, ଏତେଗୁଡ଼ିଏ ମାଇଲଖୁଣ୍ଟ ହାସଲ ହୋଇଛି, ଏତେଗୁଡ଼ିଏ ଯୋଜନା କାର୍ଯ୍ୟକାରୀ ହୋଇଛି, ତେବେ ତୁମେ କାହିଁକି ଏତେ ପରିଶ୍ରମ କରୁଛ?’ ଗତ ୧୦ ବର୍ଷ ମଧ୍ୟରେ ୧୨ କୋଟି ଶୌଚାଳୟ ନିର୍ମାଣ କରାଯାଇଛି, ଏବଂ ୧୬ କୋଟି ଘରକୁ ଗ୍ୟାସ ସଂଯୋଗ ହୋଇଛି। ହେଲେ ମୋର ଉତ୍ତର ହେଉଛି ଏତିକି ଯଥେଷ୍ଟ ନୁହେଁ ।

ସମ୍ଭାବନା ଆମକୁ ଆକାଶକୁ ନେଇପାରେ’’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ଭାରତର ସ୍ବପ୍ନକୁ ପୂରା କରିବାକୁ ‘ନା ଚୈନ୍‌ ନା ଆରାମ ଅଛି’। ଏବେ ଖାଲି ଗୋଟାଏ ଲକ୍ଷ୍ୟ ହେଉଛି ଭାରତକୁ ବିକାଶ ପଥରେ ନେବା।ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନ ଆରମ୍ଭରେ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ହୋଇଥିବା ବିକାଶ ବିଶ୍ବର ଚିନ୍ତାର କାରଣ ହୋଇଛି। କୋଭିଡ ମହାମାରୀ, ମୂଲ୍ୟ ବୃଦ୍ଧି, ବେକାରୀ ସମସ୍ୟା, ୟୁକ୍ରେନ ଏବଂ ପଶ୍ଚିମ ଏସିଆ ଯୁଦ୍ଧ ପରି ପ୍ରତିବନ୍ଧକ ସତ୍ତ୍ବେ ଭାରତ ଆମକୁ ବଢ଼ିଛି। ଏହି ଅସ୍ଥିରତା ମଧ୍ୟରେ ଭାରତ ଆଶାର ଆଲୋକ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *