ବାତ୍ୟାର ମୁକାବିଲା ଲାଗି ସାରା ଓଡ଼ିଶାକୁ ପ୍ରସ୍ତୁତ ରଖିଛୁ: ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ବର: ବାତ୍ୟାର ମୁକାବିଲା ଲାଗି ସାରା ଓଡ଼ିଶାକୁ ପ୍ରସ୍ତୁତ ରଖିଛୁ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ ଆହୁରି କହିଛନ୍ତି, ଆଜି ସଚିବାଳୟରେ ଦିନ ତମାମ ଆଲୋଚନା ହେବ। ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଜୋନ ବିଷୟରେ ସୂଚିତ କରାଯାଇଛି। ସେହିଭଳି ସେମାନେ ପୂର୍ବ ପ୍ରସ୍ତୁତି ରହିବାକୁ ନିର୍ଦେଶ ଦିଆଯାଇଛି। ଅପସାରଣର ଆବଶ୍ୟକତା ପଡ଼ିଲେ ଲୋକଙ୍କୁ ଅପସାରଣ କରାଯିବ। ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯିବ। ବାତ୍ୟା ଆଶ୍ରୟ ସ୍ଥଳୀକୁ ବ୍ୟବସ୍ଥିତ କରାଯାଇଛି। ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ରହିବ, ଯୋଗାଣ ବିଭାଗ ମଧ୍ୟ ସାମିଲ ଅଛି ।

ସମ୍ଭାବ୍ୟ ବାତ୍ୟାର ସନ୍ଧ୍ୟା ସୁଦ୍ଧା ବେଗ ଏବଂ ତୀବ୍ରତା ବିଷୟରେ ସ୍ପଷ୍ଟ ହେବ। ଆଜି ସନ୍ଧ୍ୟାରେ ସବୁ ଜିଲ୍ଲାପାଳମାନଙ୍କ ସହିତ ବୈଠକ ହେବ, ଯେଉଁଥିରେ ବରିଷ୍ଠ ଅଧିକାରୀମାନେ ବି ଉପସ୍ଥିତ ରହିବେ। ଆବଶ୍ୟକ ପଡ଼ିଲେ ଭୁବନେଶ୍ୱରରୁ ବରିଷ୍ଠ ଅଧିକାରୀମାନେ ଜିଲ୍ଲାରେ ଅବସ୍ଥାପିତ ହୋଇ କାର୍ଯ୍ୟ କରିବେ। ମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀ ସତର୍କ ରହିଥାନ୍ତୁ, ଭୟଭୀତ, ଚିନ୍ତିତ କିମ୍ବା ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ। ଓଡ଼ିଶା ସରକାର ଆପଣଙ୍କ ରକ୍ଷା କବଚ। ବାତ୍ୟାର ପ୍ରକରଣ ଶେଷ ନ ହେବା ପର୍ଯ୍ୟନ୍ତ ଓଡ଼ିଶାର ପ୍ରଶାସନ ଶୋଇବ ନା କୌଣସି କାମରେ ତ୍ରୁଟି କରିବ। ୨୪ ଘଣ୍ଟା ସରକାରୀ ଅଧିକାରୀ ନିୟୋଜିତ ରହିବେ ।

Leave a Reply

Your email address will not be published. Required fields are marked *