ଅଧିକ ଶଦ୍ଦ ସୃଷ୍ଟି କରୁଥିବା ବାଣ ୧୦ ବର୍ଷରୁ କମ ପିଲାଙ୍କୁ ଦିଅନ୍ତୁ ନାହିଁ: ଏସ୍‌ପିସିବି

ଭୁବନେଶ୍ବର: ଦିନକ ପରେ ଆଲୋକର ପର୍ବ ‘ଦୀପାବଳି ’ ଏଥି ପାଇଁ ଗାଁରୁ ସହର ଯାଏଁ ଉତ୍ସବମୁଖର ହୋଇଉଠିଛି। ଲୋକମାନେ ବଜାରରୁ କିଣାକିଣି ଆରମ୍ଭ କରିଦେଇଛନ୍ତି। ସେହିପରି ଘର ସଫାସୁତୁରା କରି ରଂଗୀନ ଆଲୋକ ଲଗାଇବା ଆରମ୍ଭ କରିଦେଇଛନ୍ତି। ଦୀପାବଳିର ଅନ୍ୟତମ ଆକର୍ଷଣ ହେଉଛି ଆତାଶବାଜୀ। ବଜାରରେ ଭଳିକି ଭଳି ବାଣ ବିକ୍ରି ହେଉଛି। କିନ୍ତୁ ଲୋକେ ଏହି ବାଣକୁ କେତେବେଳେ ଫୁଟାଇବେ, ସେନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି) ପରାମର୍ଶ ଜାରି କରିଛି ।

ଏସ୍ପିସିବି ପକ୍ଷରୁ ଗାଇଡଲାଇନ୍ରେ କୁହାଯାଇଛି ଯେ, ରାଜ୍ୟବାସୀ ଦୀପ ଜାଳି ଦୀପାବଳି ପାଳନ କରନ୍ତୁ। ସେହିପରି ରାତି ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାନ୍ତୁ। ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବାଣ ଠାରୁ ଦୂରରେ ରୁହନ୍ତୁ। ୧୨୫ରୁ କମ୍ ଡେସିବଲ ଶଦ୍ଦ ସୃଷ୍ଟି କରୁଥିବା ବାଣ ଫୁଟାନ୍ତୁ। ସର୍ବସାଧାରଣ ବଗିଚା ଅର୍ଥାତ ପାର୍କ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ପ୍ରତିଷ୍ଠାନ ଠାରୁ ୧୦୦ ମିଟର ଭିତରେ ବାଣ ଫୁଟାନ୍ତୁ ନାହିଁ। ବସ୍ତି ଅଞ୍ଚଳରେ ବାଣ ଫୁଟାଇବାକୁ ମାର୍ଗଦର୍ଶିକାରେ ବାରଣ କରାଯାଇଛି। ଦୀପାବଳି ଜୀବନ ପାଇଁ ଖୁସି ଆଣିଥାଏ। କିନ୍ତୁ ସତର୍କ ହୋଇ ପର୍ବ ପାଳନ ନକଲେ ଦୁଃଖ ମଧ୍ୟ ଆସିବାର ଆଶଙ୍କା ରହିଥାଏ ।

କେବଳ ସେତିକି ନୁହେଁ। ତେଣୁ ସତର୍କତାର ସହିତ ଦୀପାବଳି ପାଳନ କରାଗଲେ ନିଜେ ଖୁସି ରହିବା ସହିତ ଆମ ସମାଜରେ ଅନ୍ୟମାନେ ମଧ୍ୟ ଖୁସିରେ ରହିବେ। ଦୀପାବଳିରେ ପ୍ରଦୂଷଣ ହେଉଛି ଅନ୍ୟତମ କାରଣ। ଦିଲ୍ଲୀ, ପଂଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ବିଗତ କିଛି ବର୍ଷ ହେଲା ଦୀପାବଳି ପରବର୍ତ୍ତୀ ଦିନ ବାୟୂର ଗୁଣବତ୍ତା ବହୁତ ନିମ୍ନ ସ୍ତରକୁ ଚାଲିଯାଉଛି।ବାଣ ଫୁଟାଇବା ବେଳେ ସତର୍କ ରୁହନ୍ତୁ। କେବଳ ଗ୍ରୀନ ବାଣ ଫୁଟାଇଲେ ଭଲ। ଅଧିକ ଶଦ୍ଦ ସୃଷ୍ଟି କରୁଥିବା ବାଣ ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଦିଅନ୍ତୁ ନାହିଁ ଏବଂ ବାଣ ଫୁଟାଇବା ବେଳେ ସର୍ବଦା କପଡ଼ା ପୋଷାକ ପିନ୍ଧନ୍ତୁ। ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି, ସବୁଜ ବାଣ ବ୍ୟତୀତ ଅନ୍ୟ ବାଣର ପ୍ରସ୍ତୁତି ଓ ବିକ୍ରିକୁ ବାରଣ କରିଛନ୍ତି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି ।

Leave a Reply

Your email address will not be published. Required fields are marked *