ଆବାସ ଯୋଜନାରେ ମିଳୁନି ଘର: ଏମିତି ଦିନ ବିତାଉଛନ୍ତି ବୃଦ୍ଧା

ଘୁ.ଉଦୟଗିରି: ଦୁଃଖ ଶୁଣିବାକୁ କେହି ନାହିଁ। ଘର ଖଣ୍ଡିଏ ମିଳିବା ଯେମିତି ଏଠି ସ୍ଵପ୍ନ ପାଲଟି ଯାଇଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗାଁ ରୁଗୁଡ଼ି ସାହିରେ। ଜଣେ ବିଧବା ବୃଦ୍ଧା ମହିଳା ଦୁସୁ ବେହେରାଙ୍କ ପରିବାର ଦୟନିୟ ଅବସ୍ଥାରେ ଏକ ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜି ବଞ୍ଚି ରହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରି ଆସୁଥିଲେ ମଧ୍ୟ ସଠିକ୍ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନି ଯୋଜନା ।

ଏମିତି ଭଙ୍ଗା ଦାଦରା ଘର ଦେଖି ବୁଝି ପାରୁଥିବେ ସରକାରଙ୍କ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ଗରିବ କିଭଳି ଉପକୃତ ହେଉଛନ୍ତି।ଦୀର୍ଘ ବର୍ଷ ହେଲା ଏମିତି ଭଙ୍ଗା ଦଦରା ଝାଟିମାଟି ଘରେ ଗରିବ ଅସହାୟ ପରିବାରଗୁଡ଼ିକ ରହୁଥିବା ବେଳେ ଭଲ ଘର ଖଣ୍ଡିଏ ତିଆରି କରିବା ସମ୍ଭବ ହୋଇପାରୁନି ବୋଲି କହିଛନ୍ତି ଦୁସୁ ବେହେରା ସରକାରଙ୍କ ମୋ କୁଡ଼ିଆ ଯୋଜନା, ଆବାସ ଯୋଜନା ଯେମିତି ଫେଲ ମାରିଛି। ଏହିଭଳି ଯୋଜନାରେ ଗରିବ ପରିବାକୁ ଘର ଯୋଗାଇ ଦିଆଯାଇଥାଏ ଦାରିଦ୍ର୍ୟ ସୀମାରେଖା ତଳେ ବହୁଦିନ ଧରି ରହି ଆସୁଥିଲେ ସୁଧା ମିଳି ପାରୁନାହିଁ ରହିବାକୁ ବାସ ଗୃହ ଟିଏ। ଦିନ ମଜୁରି ଯାଇ ପରିବାର ଚଳିବା କଷ୍ଟକର। ଦୀର୍ଘ ବର୍ଷ ହେଲା ଏହି ଭଙ୍ଗାରୁଜା ଘରେ ରହୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ଦୁସୁ ବେହେରା।କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରି ଆସୁଥିଲେ ମଧ୍ୟ ସଠିକ୍ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନି ଯୋଜନା ।

ଏମିତି ଭଙ୍ଗା ଦାଦରା ଘର ଦେଖି ବୁଝି ପାରୁଥିବେ ସରକାରଙ୍କ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ଗରିବ କିଭଳି ଉପକୃତ ହେଉଛନ୍ତି।ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଥିବା ବେଳେ ବର୍ଷା ଦିନେ ଭଙ୍ଗାରୁଜା ଘରେ ରହିବା କଷ୍ଟକର ବୋଲି କହିଛନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଦେଇ ଅସହାୟ ବିଧବା ବୃଦ୍ଧା ମହିଳାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପଟେ ଦେଖିବାକୁ ବାକି ରହିଛି ସରକାର କେବେ ଶୁଣିବେ ଅସହାୟ ବିଧବା ବୃଦ୍ଧା ମହିଳାଙ୍କ ଦୁଃଖ ।

Leave a Reply

Your email address will not be published. Required fields are marked *