ମୁକୁଟ ପିନ୍ଧି ନିକିତା ମନ୍ଦିର ଯିବା ଘଟଣାକୁ ନେଇ ସୃଷ୍ଟି ହୋଇଛି ବିବାଦ

ଉଜ୍ଜୈନ: ନିକଟରେ ମୁମ୍ବାଇର ଓର୍ଲିସ୍ଥିତ ଫେମସ୍ ଷ୍ଟୁଡିଓରେ ଫେମିନା ମିସ୍ ଇଣ୍ଡିଆ-୨୦୨୪ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ନିକିତା ପୋରୱାଲ ଫେମିନା ମିସ୍ ଇଣ୍ଡିଆ-୨୦୨୪ ମୁକୁଟ ଜିତିଛନ୍ତି। ପ୍ରଥମ ପ୍ରୟାସରେ ହିଁ ସେ ଏହି ସଫଳତା ପାଇଛନ୍ତି।ମଧ୍ୟପ୍ରଦେଶ ଉଜ୍ଜୈନରେ ବସବାସ କରୁଥିବା ନିକିତା ପୋରୱାଲ ଫେମିନା ମିସ୍ ଇଣ୍ଡିଆ-୨୦୨୪ର ବିଜୟିନୀ ହେବାପରେ ପ୍ରଥମଥର ସେ ଉଜ୍ଜୈନରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ସେ ବାବା ମହାକାଳଙ୍କ ଦର୍ଶନ ପାାଇଁ ମନ୍ଦିରକୁ ଯାଇଥିଲେ ।

ଏହି ସମୟରେ ସେ ମଥାରେ ପିନ୍ଧିଥିବା ମୁକୁଟକୁ ନେଇ ବିବାଦ ଦେଖା ଦେଇଛି।ମହାକାଳ ମନ୍ଦିରର ପୂଜାରୀ ମହେଶ ଶର୍ମା କହିଛନ୍ତି, ‘ଉଜ୍ଜୈନର ଝିଅ ନିକିତା ପୋରୱାଲ ଫେମିନା ମିସ୍ ଇଣ୍ଡିଆ-୨୦୨୪ର ବିଜୟିନୀ ହୋଇଛନ୍ତି। ଏହା ଆମ ପାଇଁ ଏକ ଗର୍ବର ବିଷୟ। କିନ୍ତୁ ବାବା ମହାକାଳଙ୍କ ମନ୍ଦିରକୁ ପୋରୱାଲ ଫେମିନା ମିସ୍ ଇଣ୍ଡିଆ-୨୦୨୪ର ମୁକୁଟ ପିନ୍ଧି ଆସିବା ଗ୍ରହଣୀୟ ନୁହେଁ। ତାଙ୍କୁ ଉକ୍ତ ମୁକୁଟ ନେଇ ମହାକାଳ ବାବାଙ୍କ ଚରଣରେ ରଖି ପୂଜାଅର୍ଚ୍ଚନା କରିବାର ଥିଲା। ଆଗକୁ ଏମିତି ଘଟଣା ନଘଟୁ ସେଥିପାଇଁ ମନ୍ଦିର ପ୍ରଶାସନକୁ ଧ୍ୟାନ ଦେବାକୁ ହେବ। କାରଣ ମୁକୁଟ ପିନ୍ଧି ନିକିତି କ’ଣ ପ୍ରମାଣ କରିବାକୁ ଚାହୁଁଥିଲେ ଆମେ ତାହା ତ ଜାଣି ନାହୁଁ। କିନ୍ତୁ ଏତିକି ଜାଣିଛୁ ମହାକାଳ ବାବାଙ୍କ ସାମ୍ନାରେ କେହି ବି ରାଜା ନୁହନ୍ତି। ମଧ୍ୟପ୍ରଦେଶର ପ୍ରଥମ ଯୁବତୀ ଭାବେ ନିକିତା ପୋରୱାଲ ଫେମିନା ମିସ୍ ଇଣ୍ଡିଆ-୨୦୨୪ର ଟାଇଟଲ୍ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *