ଭୋଟର ସଚେତନତା ପାଇଁ ୱାକାଥନ୍ ଓ ପଥୋତ୍ସବ ଯୋଗଦେଲେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ

ଭଞ୍ଜନଗର, ୨୯/୧୦( ଓଡ଼ିଶା ଟୁଡେ) : ଭୋଟର ପଞ୍ଜିକରଣ ଓ ନିର୍ଭୁଲ ଭୋଟର ତାଲିକା ସଂଶୋଧନ ସହ ସଚେତନତା ଏବଂ ଯୁବଗୋଷ୍ଠୀ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଜ୍ବଳିତ କରିବା ପାଇଁ ଏକ ଓ୍ବାକାଥନ୍ ଓ ପଥତ୍ସବ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି। ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଓ୍ବାକାଥନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭୋଟର ସଚେତନତା ପଦଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଟାଉନ୍ ହଲ୍ ଠାରେ ପହଞ୍ଚିଥିଲା।ସେଠାରେ ପଥତ୍ସବ ଓ ସଭା କାର୍ଯ୍ୟ ଅନୁ ଷ୍ଠି ତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ସେଠୀ ଯୋଗଦେଇ ଯୁବଗୋଷ୍ଠୀଙ୍କୁ ଭୋଟର ତାଲିକାରେ ନାମ ସଂଯୋଗ ଓ ନିର୍ବାଚନରେ ମତଦାନ ଅଧିକାର ବିଷୟରେ ସଚେତନତା କରିବା ସହ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଯୁବଗୋଷ୍ଠୀ ଗଣ ଦେଶର ଜଣେ ଦାୟିତ୍ବବାନ୍ ନାଗରିକ ହେବା ପାଇଁ ମତବ୍ୟକ୍ତ କରି ଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସାବିତ୍ରୀ ମହାବିଦ୍ୟାଳୟ ଓ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ଛାତ୍ରଛାତ୍ରୀଏବଂ ସ୍ଥାନୀୟ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହ ରଙ୍ଗୋଲି ଓ ଚିତ୍ରାଙ୍କନ କାର୍ଯ୍ୟକ୍ରମ କରାଯାଇ ଜନ ସାଧାରଣଙ୍କୁ ସଚେତନ କରାଯାଇଥିଲା । ସମନ୍ବିତ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ ନଭେମ୍ବର ୨୮ ପର୍ଯ୍ୟନ୍ତ ଏହା ଉପରେ ଲୋକମାନେ ନିଜର ଦାବି ଅଭିଯୋଗ ଜଣାଇପାରିବେ। ଭୋଟର ତାଲିକା ସଂଶୋଧନ ସମୟ ମଧ୍ୟରେ ୪ଟି ସ୍ଵତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ହେବ। ଏହା ସ୍ୱତନ୍ତ୍ର ଅଭି ଯାନ ଦିବସ ନଭେମ୍ବର ୨,୧୦,୧୬ ଓ ୨୪ ତାରିଖରେ ଅନୁଷ୍ଠିତ ହେବ। ସବୁ ବୁଥର ବୁସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ ସହ ଅନ୍ୟାନ୍ୟ ସୁ ବି ଧା ଯୋଗାଇଦେବେ ।

ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁଭୋଟର ମାନେ ଗୁଗୁଲ ପ୍ଲେ ଷ୍ଟୋରରୁଭୋଟର ହେଲ୍ଡ ଲାଇନ୍ ଆପ୍ଡାଉନଲୋଡ କରି ଆବେଦନକରିପାରିବେ। ଭୋଟର ତାଲିକାରେନାମ ଯୋଡିବା ପାଇଁ ଫର୍ମ ନମ୍ବର ୬,ତାଲିକାରୁ ନାମ ବାଦ୍ କିମ୍ବା ଅଭିଯୋଗ ପାଇଁ ଫର୍ମ ୭ରେ ଆବେଦନ କରିପାରିବେ। ତୃଟି ସଂଶୋଧନ, ସ୍ଥାନାନ୍ତରଣ, ବାସସ୍ଥାନ ବଦଳାଇଲେ କିମ୍ବା ଫୋଟ ଲଗାଇବା ପାଇଁ ଫର୍ମ ୮ ରେ ଆବେଦନ କରିବାକୁ ପଡିବ। କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ୱରଞ୍ଜନ କର, ଡେପୁଟି କଲେକ୍ଟର ଅମିତ୍ ରଞ୍ଜନ ହୋତା, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧୂକାରୀ ମୁରଲିକୃଷ୍ଣ ପଣ୍ଡା, ବେଲଗୁଣ୍ଠା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ତହସିଲଦାର କଳାକୃଷ୍ଣ ପ୍ରଧାନ, ଜଗନ୍ନାଥପ୍ରସାଦ ତହସିଲଦାର ଅଶୋକ କୁମାର ମୁଦୁଲି ପ୍ରମୁଖ ମଞ୍ଚାସୀନ ଥିଲେ। ୧୮ ବର୍ଷ ରୁ ଉର୍ଦ୍ଧ ସମସ୍ତ ଛାତ୍ରଛାତ୍ରୀ ଓ ଯୁବ ସମାଜଙ୍କ ଭୋଟର ପଞ୍ଜିକରଣ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଉପଜିଲ୍ଲାପାଳ କାର୍ଯ୍ୟାଳୟର ନିର୍ବାଚନ ବିଭାଗର ବରିଷ୍ଠ କର୍ମପ୍ଟରୀ ମୁକ୍ତି କାନ୍ତ ନାୟକଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମୟୁରୀ ଗଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *