ସମ୍ବଲପୁରୀ ଗୀତ ତାଳେ ତାଳେ ନାଚିଲେ ଘୁମୁସର ଡିଏଫଓ

ଭଂଜନଗର (ଓଡ଼ିଶା ଟୁଡେ): ଘୁମୁସର ସମ୍ମିଳିତ ବନ ପରିବାର ଦ୍ଵାରା ଆୟୋଜିତ ମା ଶ୍ୟାମାକାଳୀଙ୍କ ପୂଜା ମହୋତ୍ସବ ର ତୃତୀୟ ତଥା ଶେଷ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ରୁ ଆସିଥିବା ପ୍ରଣାମ ଅନୁଷ୍ଠାନ ପକ୍ଷରୁ କଳାକାର ମାନେ ସମ୍ବଲପୁରୀ ଗୀତ ପରିବେଷଣ କରୁଥିଲେ । କଳାକାର ମାନଙ୍କ ଅନୁରୋଧ ରକ୍ଷା କରି ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ମଞ୍ଚ ଉପରକୁ ଆସିଥିଲେ ଏବଂ ସମ୍ବଲପୁରୀ ଗୀତ ‘ଏକେଡା ଏକେଡା ରା’ ଗୀତର ତାଳେ ତାଳେ ଝୁମିଥିଲେ। ଏହା ଉପସ୍ଥିତ କର୍ମଚାରୀ, ଦର୍ଶକ ମଧ୍ୟ ଝୁମିଥିଲେ ।

Leave a Reply

Your email address will not be published. Required fields are marked *