ଭଂଜନଗର ମା ଶ୍ୟାମାକାଳୀଙ୍କ ପୂଜା ମହୋତ୍ସବର ଶେଷ ସନ୍ଧ୍ୟା; ଯୋଗ ଦେଲେ ଭଞ୍ଜନଗର ଓ ସୋରଡା ବିଧାୟକ

ଭଂଜନଗର (ଓଡ଼ିଶା ଟୁଡେ): ଘୁମୁସର ସମ୍ମିଳିତ ବନ ପରିବାର ଦ୍ଵାରା ଭଞ୍ଜନଗର ହାର୍ଟ ନଗର ଫରେଷ୍ଟ କଲୋନୀ ରେ ଆୟୋଜିତ ମା ଶ୍ୟାମାକାଳୀଙ୍କ ପୂଜା ମହୋତ୍ସବର ଶେଷ ସନ୍ଧ୍ୟା ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡା ବିଧାୟକ ନୀଳମଣି ବିଶୋଇ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ବିଜୟ କୁମାର ପଣ୍ଡା, ଫୁଲବାଣୀ କେନ୍ଦୁପତ୍ର ଡିଏଫଓ ଶରତ ଚନ୍ଦ୍ର ମିଶ୍ର, ବୌଦ୍ଧ ଡିଏଫଓ ସୁଦର୍ଶନ ବାଦୀ । ସମସ୍ତ ଅତିଥି ଦ୍ଵୀପ ପ୍ରଜ୍ଜ୍ୱଳନ ପରେ ସମ୍ମିଳିତ ବନ ପରିବାରକୁ ମା ଶ୍ୟାମାକାଳୀଙ୍କ ପୂଜା ଆୟୋଜନ ପାଇଁ ଧନ୍ୟବାଦ ଜଣାଇଥିଲେ । ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ନିତାନ୍ତ ଆବଶ୍ୟକ ଏବଂ ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗର କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ବନ ବିଭାଗର କର୍ମଚାରୀ ମାନଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ । ବନ ବିଭାଗ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା କର୍ମଚାରୀ ମାନଙ୍କୁ ମଧ୍ୟ ବିଧାୟକ ମାନେ ସମ୍ମାନିତ କରିଥିଲେ ।

ବୌଦ୍ଧ ରୁ ଆସିଥିବା ପ୍ରଣାମ ଅନୁଷ୍ଠାନ ର କଳାକାର ମାନେ ବିଭିନ୍ନ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ମଞ୍ଚ କୁ ଅଞ୍ଚଳର ସୁନାମଧନ୍ୟ କଳାକାର ତଥା ଉପସ୍ଥାପକ ଅଜିତ ପଣ୍ଡା ପରିଚାଳନା କରିଥିଲେ । ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଓ ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ଅତିଥି ମାନଙ୍କ ସହ ଉପସ୍ଥିତ ଥିଲେ । ଉଭୟ ବନଖଣ୍ଡର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *