ପୂର୍ବ ସରକାର ବଲାଙ୍ଗୀରକୁ ଅବହେଳା କରିଛନ୍ତି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବଲାଙ୍ଗୀର: ବିକଶିତ ହେବ ବଲାଙ୍ଗୀର। ଗତକାଲି ୮୯୦ କୋଟିର ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପର ଉଦଘାଟିତ ହୋଇଛି।ତୁଷୁରା ଏୟାର ଷ୍ଟ୍ରିପ୍ର ଉନ୍ନତିକରଣ କରାଯିବ ଏବଂ ଶୀଘ୍ର ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ। ଏହାପରେ ବଲାଙ୍ଗୀରରୁ ସିଧାସଳଖ ଖୋର୍ଦ୍ଧାକୁ ଟ୍ରେନ୍ ଚଳାଚଳ କରିବ। ପୂର୍ବ ସରକାର ଅମଳରେ ଅନେକ ଯୋଜନା ହୋଇଥିଲା, ହେଲେ କାର୍ଯ୍ୟକାରୀ ହୋଇନାହିଁ। ପୂର୍ବ ସରକାରରେ ବଲାଙ୍ଗୀରକୁ ଅବହେଳା କରାଯାଇଛି। ଯେଉଁ ସରକାର ଥିଲେ, ପ୍ରତି ଅଞ୍ଚଳକୁ ଯେଭଳି ଗୁରୁତ୍ବ ଦେବା କଥା, ଦେଲେନି ଅସମାନତା ଦେଖାଗଲା, ଏ ଜିଲ୍ଲାକୁ ବି ଅବହେଳା କରାଯାଇଛି ।

ଆଜି ବଲାଙ୍ଗୀରରେ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଆହୁରି କହିଛନ୍ତି,ଏଠାକାର ଉନ୍ନୟନମୂଳକ କାମର ପ୍ରତି ମାସରେ ସମୀକ୍ଷା କରିବାକୁ ମୁଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଦାୟିତ୍ବ ଦେଇଛି। ଜଳ ବିବାଦ ପ୍ରସଙ୍ଗକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି।ଆଗାମୀ ଦିନରେ ମହାନଦୀ ଉପରେ ପ୍ରସ୍ତାବିତ ପ୍ରକଳ୍ପ ତ୍ବରାନ୍ବିତ ପାଇଁ ବିଚାର ଚାଲିଛି। ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଥର ଆଲୋଚନା ହୋଇଛି ।

Leave a Reply

Your email address will not be published. Required fields are marked *