ପୁରୀ ଯାଉଥିଲେ ହବିଷ୍ୟାଳି, ବାଟରେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଟାଙ୍ଗୀ: ପୁରୀ ଯାଉଥିଲେ ହବିଷ୍ୟାଳି, କରିଥାନ୍ତେ ଜଗାଦର୍ଶନ। ବାଟରେ ଏକ ଟ୍ରକ୍ ଅଟୋକୁ ସାଇଡ୍ ମାରିବାରୁ ଅଟୋଟି ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଦୀକ୍ଷିତପଡ଼ା ନିକଟରେ ଓଲଟି ପଡ଼ିଥିଲା। ଏହାଫଳରେ ହବିଷ୍ୟାଳିଙ୍କ ମୃତ୍ୟୁ ହୋଇଥିଲା। ଏଣେ ଅଟୋ ରିକ୍ସା ଚାଳକଙ୍କ ସହ ଅନ୍ୟ ୪ଜଣ ହବିଷ୍ୟାଳି ଗୁରୁତର ହୋଇଛନ୍ତି। ଭୋର୍ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ମୃତ ହବିଷ୍ୟାଳିଙ୍କର ନାମ ହେଲା ସୁଷମା ସାମନ୍ତରାୟ(୬୦)। ଗୁରୁତର ଅଟୋ ଚାଳକ ହେଲେ ମିଟୁ ସେନ(୩୦)। ଅନ୍ୟ ଗୁରୁତରମାନେ ହେଲେ ଶଶୀ ଗୁମାନ ସିଂ(୭୨),ଆଶାମଣି ସାମନ୍ତରାୟ(୬୫) ଏବଂ ସଜନୀ ସାମନ୍ତରାୟ(୬୮)।ମୃତ ହବିଷ୍ୟାଳିଙ୍କର ନାମ ହେଲା ସୁଷମା ସାମନ୍ତରାୟ(୬୦)। ଗୁରୁତର ଅଟୋ ଚାଳକ ହେଲେ ମିଟୁ ସେନ(୩୦)। ଅନ୍ୟ ଗୁରୁତରମାନେ ହେଲେ ଶଶୀ ଗୁମାନ ସିଂ(୭୨),ଆଶାମଣି ସାମନ୍ତରାୟ(୬୫) ଏବଂ ସଜନୀ ସାମନ୍ତରାୟ(୬୮)। ଗୁରୁତରମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ଏଣେ ଖବର ପାଇ ଟାଙ୍ଗୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *