ଘୁମୁସର ଲେଖିକା ସଂସଦ ତରଫରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

ଭଞ୍ଜନଗର (ଓଡିଶା ଟୁଡେ) : ଘୁମୁସର ଲେଖିକା ସଂସଦ ତରଫରୁ ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସ୍ଥାନୀୟ ଲୋହରାଖଣ୍ଡି ନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସଦସ୍ୟାମାନେ କଦଳୀ ପଟୁଆରେ ଧୂପ,ଦୀପ ନୈବେଦ୍ୟ ରଖ୍ ପାନ ଗୁଆ ଦେଇ ଆ, କା,ମା, ବୈ ଗୀତ ବୋଲି ପୂଜାର୍ଚ୍ଚନା କରି ନଦୀରେ ବୋଇତ ଭସାଇ ଥିଲେ। ସଭାନେତ୍ରୀ ଟି.ମାହେଶ୍ବରୀ ଦୋରାଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦିକା ଡ. ନଳିନୀପ୍ରଭା ଦାସଙ୍କ ତତ୍ତ୍ବାବଧାନରେ ନିକଟସୁ ଗାୟତ୍ରୀ ଶକ୍ତିପୀଠରେ ଏଜ ଆଲୋଚନା ଚକ୍ର ସହ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

ଘୁମୁସର ଲେଖିକା ସଂସଦ ଏହି ଅବସରରେ କାର୍ତ୍ତିକମାସ ଏବଂ ପୂର୍ଣ୍ଣିମାର ମାହାତ୍ମ୍ୟ ବିଷୟରେ ଏବଂ ଓଡିଶାର ମହାନ୍ ସଂସ୍କୃତି ଉପରେ ମୁଖ୍ୟ ଅତିଥି ସ୍ନେହଲତା ବିଷୋୟୀ,ସମ୍ମାନିତ ଅତିଥ୍ ମମତା ମହାପାତ୍ର,ବବି ଅନନ୍ତ ନାଗ ରଥ,ରାଜେନ୍ଦ୍ର ସ୍ବାଇଁ ପ୍ରମୁଖ ନିଜର ବକ୍ତବ୍ୟ ରଖୁଥିଲେ।ଆମ ଭବିଷ୍ୟତ ପୀଢି ଯେପରି ଆମ ସଂସ୍କୃତିକୁ ମନେ ରଖିବେ ସେଥ୍ପ୍ରତି ପ୍ରଯନ୍ତ୍ର କରିବାକୁ ଗୁରୁତ୍ବ ଦିଆଯାଇଥିଲା।କବିତା ପାଠୋତ୍ସବ ସଭ୍ୟା ମୋନାଲିସା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା।ମାନସୀ ସ୍ବାଇଁ,ଗୀତାଶ୍ରୀ ସାମନୁ,ଶୁଭସ୍ମିତା ଦାଶ, ଉଶ୍ମିତା ମିଶ୍ର,ରୀନା ସେଠୀ,ସୁଜାତା ସିଂ ଆଦି କବିତା ପାଠ କରିଥିଲେ।ଶେଷରେ ସାଙ୍ଗଠନିକ ସମ୍ପାଦିକା ଡା. ଗାୟତ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *