
ଭଞ୍ଜନଗର, (ଓଡ଼ିଶା ଟୁଡେ): ଭଞ୍ଜନଗର ପୁରୁଣା ଜେଲ୍ ପଡ଼ିଆଠାରେ ଅନୁଷ୍ଠିତ ହୋଇଥୁବା ଉପଖଣ୍ଡସ୍ତରୀୟ ତ୍ରିଦିବ ଦିବସୀୟ କୃଷି ଯନ୍ତ୍ରପାତି ମେଳାର ଗୁରୁବାର ଉଦଯାପନୀ ଦିବସରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହିତ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦାନ କରିଥିଲେ ଏବଂ ବିଭିନ୍ନ କୃଷି ଯନ୍ତ୍ରପାତି ଭିଭିକ ଷ୍ଟଲ୍କୁ ବୁଲି ପଋରି ବୁଝି ଦେଖୁଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କାର୍ଯ୍ୟକାରିଣୀ ସଦସ୍ୟା ଜୟନ୍ତୀ ପଡିହାରୀ, କୃଷି ଜିଲ୍ଲା ଅଧୁକାରୀ ଭଞ୍ଜନଗରରୁ ବ୍ୟୋମକେଶ ମିଶ୍ର ଓ ବ୍ଳକ୍ କୃଷି ଅଧୁକାରୀ ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ପ୍ରଶାନ୍ତ କୁମାର ନାୟକ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ ।
ଏହି କୃଷି ଯନ୍ତ୍ରପାତି ମେଳାର କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ବର୍ତମାନ ପରିସ୍ଥିତିରେ ଦେଶର ଭବିଷ୍ୟତ ଷ୍ୟତ ଯୁବ ଯୁବ ସମାଜ ନିମନ୍ତେ ମତ୍ସ୍ୟ ଓ ପ୍ରାଣୀସମ୍ପଦକୁ ଉନ୍ନତ କରି ନିଜେ ସ୍ଵାବଲମ୍ବୀ ହେବା ସହିତ ରାଜ୍ୟ ତଥା ଦେଶର ଅର୍ଥନୀତିକୁ ମଧ୍ୟ ସୁଦୃଢ କରିପାରିବେ। ପାଇଁ କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟରେ ମହୋନ ହାନ୍ ସରକାର ସୁପ୍ଟରୁରୂପେ ଲାଗୁ କରିଛନ୍ତି। ଯୁବକ ସମାଜ କେବଳ ନିଜର ଇଚ୍ଛା ଶକ୍ତିକୁ ଦୃଢ଼ କରି ସରକାରଙ୍କ ଏଥୁରେ ଥିବା ବିଭିନ୍ନ ଯୋଜନାର ସଫଳ ରୁପାୟନ କରିପାରିଲେ ଭବିଷ୍ୟତରେ ଯୁବକ ସମାଜ ଅର୍ଥ ନୈତିକ କ୍ଷେତ୍ରରେ ସୂଦୃଢ଼ ହେବ। ଏଥିରେ ଅନେକ ଯୁବକ ମଧ୍ୟ ସ୍ଵାବଲମ୍ବୀ ହୋଇ ଅନେକ ନିଯୁକ୍ତି କ୍ଷେତ୍ର ପ୍ରସ୍ତୁତ କରିପାରିଥିବା ଯୁବକମାନଙ୍କର ଉଦାହରଣ ସାଂସଦ ଏଠାରେ ଦର୍ଶାଇ ଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଳକ୍ରୁ ଅନେକ ଋଷୀ ଓ କୃଷି ଅଧୁକାରୀମାନେ ଉପସ୍ଥିତ ଥିବା ସହିତ ଅନେକ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ଉପସ୍ଥିତ ଥିଲେ ।