ଦିଲ୍ଲୀରେ ଆପକୁ ବଡ ଝଟକା, ଇସ୍ତଫା ଦେଲେ ମନ୍ତ୍ରୀ କୈଳାଶ ଗେହଲୋଟ

ନୂଆଦିଲ୍ଲୀ: ଦିଲ୍ଲୀ ରାଜନୀତିରେ ଆଜି ଆମ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି | ଆମ୍ ଆଦମୀ ପାର୍ଟିର ଆତିଶି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା କୈଳାଶ ଗେହଲୋଟ୍ ମନ୍ତ୍ରୀ ପଦ ତଥା ଦଳରୁ ଇସ୍ତଫା ଦେଇଛନ୍ତି। ଆପରୁ ଇସ୍ତଫା ଦେଇ ସେ ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖିଛନ୍ତି।କୈଳାଶ ଗେହଲୋଟ୍ ଚିଠିରେ ଲେଖିଛନ୍ତି, “ସିଶମହଲ ପରି ଅନେକ ଲଜ୍ଜାଜନକ ଏବଂ ଅଜବ ବିବାଦ ରହିଛି, ଯାହା ସନ୍ଦେହ ସୃଷ୍ଟି କରୁଛି କି ଆମେ କଣ ଏବେ ବି ଆମ ଆଦମୀ ହୋଇ ଅଛେ? ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ଯଦି ଦିଲ୍ଲୀ ସରକାର ଏହାର ଅଧିକାଂଶ ସମୟ କେନ୍ଦ୍ର ସହ ଲଢେଇ କରିବାରେ ଖର୍ଚ୍ଚ କରିବେ, ତେବେ ଦିଲ୍ଲୀର କୌଣସି ପ୍ରଗତି ହୋଇପାରିବ ନାହିଁ, ମୋର ଆପଠାରୁ ଅଲଗା ହେବା ବ୍ୟତୀତ କୌଣସି ବିକଳ୍ପ ବାକି ନାହିଁ ଏବଂ ତେଣୁ ମୁଁ ଆମ୍ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି ।

“ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲୋଟ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଆମ୍ ଆଦମୀ ପାର୍ଟି ଉପରେ ସଂଗୀନ ଅଭିଯୋଗ ଆଣିଛନ୍ତି | ସେ କହିଛନ୍ତି ଯେ ଯେଉଁ ସଚ୍ଚୋଟ ରାଜନୀତିରେ ସେ ଦଳରେ ଯୋଗ ଦେଇଛନ୍ତି ତାହା ଆଉ ଘଟୁନାହିଁ। ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନକୁ ‘ସିଶମହଲ’ ବୋଲି ବର୍ଣ୍ଣନା କରି ସେ ଅନେକ ଅଭିଯୋଗ କରିଥିଲେ। ଏଥିସହ ଯମୁନାରେ ପ୍ରଦୂଷଣ ବୃଦ୍ଧି ପାଉଥିବା ନେଇ ସେ ଦିଲ୍ଲୀ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଗେହଲୋଟ୍ ଆହୁରି ଲେଖିଛନ୍ତି, “ମୁଁ ଦିଲ୍ଲୀର ଲୋକଙ୍କ ସେବା କରିବା ପାଇଁ ଏକ ପ୍ରତିବଦ୍ଧତା ସହିତ ମୋର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲି ଏବଂ ମୁଁ ଏହାକୁ ଜାରି ରଖିବାକୁ ଚାହେଁ। ସେଥିପାଇଁ ମୋର ଆପ ସହିତ କୌଣସି ବିକଳ୍ପ ବାକି ନାହିଁ ଏବଂ ତେଣୁ ମୁଁ ପ୍ରାଥମିକ ପଦରୁ ଇସ୍ତଫା ଦେଉଛି ।

Leave a Reply

Your email address will not be published. Required fields are marked *