ଆରବିଆଇକୁ ଧମକପୂର୍ଣ୍ଣ ଫୋନ୍: କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ମୁମ୍ବାଇ ପୁଲିସ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ ବିଆଇ)ର କଷ୍ଟମର୍ କେୟାର ଡିପାର୍ଟମେଣ୍ଟକୁ ଏକ ଧମକପୂର୍ଣ୍ଣ କଲ୍ ଆସିବା ପରେ ମୁମ୍ବାଇ ପୁଲିସ ମାମଲା ରୁଜୁ କରିଛି। ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟା ରେ ରିଜର୍ଭ ବ୍ୟାଙ୍କର କଷ୍ଟମର କେୟାର ନମ୍ବରରେ ଏହି କଲ୍ କରାଯାଇଥିଲା।ଫୋନରେ ଥିବା ବ୍ୟକ୍ତି ଜଣକ କହିଥିଲା ଯେ ସେ ଲସ୍କର-ଇ-ତୋଏବାର ସିଇଓ। କଲ୍ କରିଥିବା ବ୍ୟକ୍ତି କହିଥିଲା ଯେ ପଛ କବାଟ ବନ୍ଦ ଅଛି, ଇଲେକ୍ଟ୍ରିକ୍ କାର୍ ଭାଙ୍ଗିଯାଇଛି। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ରିଜର୍ଭ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡଦେଇଥିବା ଅଭିଯୋଗ ଅନୁଯାୟୀ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏମ୍ ଆର୍ ଏ ମାର୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇଛିଅଧିକାରୀଙ୍କ ସୂଚନା ଅନୁଯାୟୀ, ମୁମ୍ବାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

କୌଣସି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ପୁଲିସ ତଦନ୍ତରେ ନିୟୋଜିତ ଥିବା ବେଳେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଭାରତୀୟ ଏୟାରଲାଇନ୍ସଗୁଡ଼ିକୁ କ୍ରମାଗତ ଭାବରେ କଲ୍ ଆସୁଥିଲା, ଯେଉଁଥିରୁ ଅଧିକାଂଶ କଲ୍ ହେଉଛି ବିଦେଶ ସହିତ ସଂଯୁକ୍ତ । ଏହି ଧମକପୂର୍ଣ୍ଣ କଲ୍‌ର ମୁକାବିଲା ପାଇଁ ଏୟାରଲାଇନ୍ସଗୁଡ଼ିକ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ତଦନ୍ତ ଜାରି ରଖିଛନ୍ତି। ଏନଆଇଏ ସାଇବର ଶାଖା ଏହି ପୂରା ମାମଲାର ତଦନ୍ତ କରୁଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି କଲ୍ କେବଳ ଧମକ ଦେବା ଉଦ୍ଦେଶ୍ୟରେ ନୁହେଁ ବରଂ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବାକୁ ମଧ୍ୟ ପ୍ରୟାସ କରାଯାଇଥିଲା। ବିମାନବନ୍ଦର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବିଶୃଙ୍ଖଳା ଓ କ୍ଷତିର ବାତାବରଣ ସୃଷ୍ଟି କରିବା ଏଭଳି କଲ୍ କରିବାର ଉଦ୍ଦେଶ୍ୟ ବୋଲି ତଦନ୍ତକାରୀ ଏଜେନ୍ସିମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *