ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ପାଇଁ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଏକ ସୁସ୍ଥ ପୃଥିବୀ ହିଁ ଏକ ଉତ୍ତମ ପୃଥିବୀ ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ପାଇଁ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି ।

ଏହି ପରିପ୍ରେକ୍ଷୀରେ ଭାରତ ବିଶ୍ୱସ୍ତରୀୟ ଉଦ୍ୟମକୁ ଆହୁରି ମଜବୁତ କରିବ ବୋଲି ସେ ଗୁରୁତ୍ୱ ଦେଇ କହିଛନ୍ତି ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଏଡାନୋମ୍ ଘେବ୍ରେୟେସସ୍‌ଙ୍କ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି :“ପ୍ରିୟ ତୁଳସୀ ଭାଇ,ଏକ ପୃଥିବୀ ହିଁ ଏକ ଉତ୍ତମ ପୃଥିବୀ । ଏହି କ୍ଷେତ୍ରରେ ଭାରତ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ପାଇଁ ମଧ୍ୟ ଆମେ ପ୍ରାଥମିକତା ଦେଉଛୁ । ଏଥିସହିତ, ଆମେ ଏ ଦିଗରେ ବିଶ୍ୱସ୍ତରୀୟ ଉଦ୍ୟମକୁ ମଜବୁତ କରିବୁ ।

Leave a Reply

Your email address will not be published. Required fields are marked *