
ଭଂଜନଗର: ଆଗାମୀ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଭଞ୍ଜନଗର ଆରଏମସି କୃଷକ ବଜାର ଠାରେ ୨୧ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ବହୁ ସାଧୁ ସନ୍ଥଙ୍କ ସମାଗମ ହେବ । ଆଗାମୀ ୨୨ ତାରିଖରେ ଯଜ୍ଞ ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ ହେବ। ମହାଯଜ୍ଞ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହେବେ । ଏଥି ନିମନ୍ତେ ପାର୍କିଂ ବ୍ୟବସ୍ଥା ଠାରୁ ଆରମ୍ଭ କରି ଅତିଥି ରହିବା, ଆଲୋକ ବ୍ୟବସ୍ଥା, ଶୃଙ୍ଖଳା ରକ୍ଷା ବ୍ୟବସ୍ଥା, ଶ୍ରଦ୍ଧାଳୁ ମାନଙ୍କ ସମସ୍ତ ସୁବିଧା ପ୍ରଦାନ ନିମନ୍ତେ ସବୁ ବ୍ୟବସ୍ଥାର ଟିକି ନିଖି ସମୀକ୍ଷା କରୁଛନ୍ତି ନିଜେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ।