
ଭଞ୍ଜନଗର (ଓଡ଼ିଶା ଟୁଡେ ) : ଭଞ୍ଜନଗର ତା:୨୬/୧୧/୨୦୨୪ ରିଖ ମଧ୍ୟାହ୍ନ ରେ ପ୍ରଜାପିତା ବ୍ରହ୍ମକୁମାରୀ ଈସ୍ୱରୀୟ ବିଶ୍ଵବିଦ୍ୟାଳୟ ଶାନ୍ତି ସ୍ରୋତ ଭବନ ଠାରେ ମହମନ୍ଦେଲେଶ୍ୱର ସାଧୁ ଓ ସନ୍ଥ ସମ୍ମାନ ସମାରୋହ କରାଯାଇଥିଲା । ଏହି ଅବସର ରେ କେନ୍ଦ୍ର ସଂଞ୍ଚଳିକା ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ଙ୍କ ତତ୍ଵାବଧାନରେ ମହମନ୍ଦେଲେଶ୍ୱର୍ ବିଶ୍ଵ ହିନ୍ଦୁ ପରିଷଦ ର ସ୍ବାମୀ ସତ୍ୟାନନ୍ଦ ଗିରୀ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ କହିଥିଲେ “ଏହି ସଂସ୍ଥା ର ପବିତ୍ରତା,ସ୍ୱଚ୍ଛତା ଏବଂ ଶ୍ରେଷ୍ଠ ମନୋବୃତି ଦ୍ଵାରା ଭଗବତ ପ୍ରାପ୍ତ ହୋଇପାରିବ ।” ୩୫ ରୁ ଉର୍ଦ୍ଧ ସାଧୁ ସନ୍ଥ ମାନେ ଯୋଗ ଦେଇଥିଲେ । ଦ୍ଵୀପ ପ୍ରଜ୍ବଳନ କରି ସମସ୍ତଙ୍କୁ ଉପତୋକନ ଏବଂ ଈସ୍ୱରୀୟ ଉପହାର ଦେଇ ସମ୍ମାନିତ କରାଯାଇଥିଲା । ବ୍ରହ୍ମକୁମାରି ସନ୍ତୋଷିନୀ ଭଉଣୀ ସ୍ବାଗତ ଭାଷଣ ସହିତ ପରମାତ୍ମା ଙ୍କ ସତ୍ୟ ପରିଚୟ ଦେଇ ବିଶ୍ଵ ରେ ସାଧୁ ସମାଜ ଓ ରାଜ ଯୋଗ ଦ୍ୱାରା ସୁସ୍ଥତା ଏବଂ ମୂଲ୍ୟ ନିଷ୍ଠା ସମାଜ ସ୍ଥାପନ ହୋଇପାରିବ । ବ୍ରହ୍ମକୁମାର ବୈକୁଣ୍ଠ ଭାଇ ସଂସ୍ଥା ର ପରିଚୟ ଦେବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।