
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏନଡିଏ ସଦସ୍ୟମାନଙ୍କ ସହ ସଂସଦରେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର ଦେଖିଛନ୍ତି । ସେ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି:“ଏନଡିଏ ସଦସ୍ୟମାନଙ୍କ ସହ ‘ଦ ସାବରମତୀ ରିପୋର୍ଟ’ର ସ୍କ୍ରିନିଂରେ ଯୋଗଦେଲି । ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସେମାନଙ୍କ ପ୍ରଚେଷ୍ଟା ପାଇଁ ପ୍ରଶଂସା କରୁଛି ।”